ମାଉସୀ, ପୁତୁରା ର ଝୁଲନ୍ତା ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଦୁଇ ମୃତଦେହ । ଏକ ଅର୍ଦ୍ଧ ନିର୍ମିତ ଅପର୍ଟମେଣ୍ଟ ରୁ ଉଦ୍ଧର ହୋଇଛି ଜଣେ ଯୁବକ ଜଣେ ଯୁବତୀଙ୍କ ମୃତଦେହ ।

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଅଞ୍ଚଳର ଜଣେ ଯୁବକ ଓ ଜଣେ ଯୁବତୀ ଏକ ମାସ ତଳୁ ଆସି ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ନିର୍ମାଣଧିନ ଏକ ଅପର୍ଟମେଣ୍ଟରେ ମୂଲିଆ ଭାବେ କାମ କରୁଥିଲେ । ସମ୍ପର୍କରେ ସେମାନେ ମାଉସୀ(ଜୋଷ୍ନ।), ପୁତୁରା(ଉମେଶ ମହାଳି) । ସେମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସୂଚନା ମିଳିଛି । ମାଉସୀ ଓ ପୁତୁରା ଉଭୟ ଘରୁ ଲୁଚି ଚାଲିଆସିଥିଲେ । ମାଉସୀଙ୍କ ବୟସ ୨୮ ବର୍ଷ ହୋଇଥିବାବେଳେ ପୁତୁରା ର ବୟସ ୧୮ ବର୍ଷ ବୋଲି ଜଣା ପଡ଼ିଛି । ସେମାନେ ଭୁବନେଶ୍ୱର ରେ ଥିବା ଖବର ପାଇବା ପରେ ଘର ଲୋକ ତାଙ୍କ ପାଖକୁ ଆସୁଛନ୍ତି ଜାଣି ଉଭୟ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା କରିଥିବା ପୋଲିସ ଅନୁମାନ କରୁଛି । ଚନ୍ଦ୍ରଶେଖରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.