୧୬ ଓ ୨୩ ରେ ଆଉ ଦୁଇଟି ଲଘୁଚାପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏହି ଅବପାତ ପରେ ମଧ୍ୟ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିଂବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଯାହାଦ୍ୱାରା ରାଜ୍ୟରେ ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ଉଣା ଅଧିକେ ବର୍ଷା ଜାରି ରହିବ। ବାରମ୍ବାର ଲଘୁଚାପ ସୃଷ୍ଟି ହେବା ଯୋଗୁଁ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ମଧ୍ୟ ହେବ ନାହିଁ। ଆକଳନ କରାଯାଉଛି ଯେ ଚଳିତ ବର୍ଷ ରାଜ୍ୟରୁ ଚତୁର୍ଥ ସପ୍ତାହ ପରେ ହିଁ ମୌସୁମୀ ପ୍ରତ୍ୟାବର୍ତ୍ତନ ହେବ। କେତେକ ମେଡେଲ୍ କହୁଛି ୧୬ ଓ ୨୩ ତାରିଖରେ ପୂର୍ବ ଉତ୍ତର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସଗାରରେ ଯଥା କ୍ରମେ ୨ ଟି ଲଘୁଚାପ ସୃଷ୍ଟି ହେବ। ଆଉ କେତେକ ମଡେଲ୍ କରୁଛି ଯେ ଏହା କେବଳ ଘୂର୍ଣ୍ଣିଂ ବଳୟରେ ସମୀତ ରହିବ। ମାତ୍ର ଯାହା ହେଲେ ବି ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ। ତୃତୀୟ ସପ୍ତାହ ଅର୍ଥାତ ୧୪ ରୁ ୨୧ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ହାରାହାରି ସମୁଦାୟ ୭୭ ମିମି ବର୍ଷା ଓ ବାକି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ୪୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣରେ ମଧ୍ୟ ବର୍ଷା ହେବ। ଆଭ୍ୟନ୍ତରୀଣ ଉତ୍ତରରେ ୧୯ ରୁ ୨୨ ମଧ୍ୟରେ ମଧ୍ୟମ ଧରଣର (୩୦ ମିମି) ବର୍ଷା ହୋଇପାରେ। ଚତୁର୍ଥ ସପ୍ତାହରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ସମୁଦାୟ ବର୍ଷା (୬୫ ମିମି) ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ସକ୍ରିୟ ଥିବା ଅବପାତ ତେଲେଙ୍ଗାନା ଉପରୁ ପଶ୍ଚିମ ଆଡ଼କୁ ଗତି କରୁଛି। ଏବେ ଏହା ଦୁର୍ବଳ ହୋଇ ଅବପାତର ରୂପ ନେଇଥିବା ବେଳେ ବୁଧବାର ସୁଦ୍ଧା ଆହୁରୀ ଦୁର୍ବଳ ହୋଇ ୱେଲ୍ମାର୍କଡରେ ପରିଣତ ହେବ। ମାତ୍ର ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ବୁଧବାର ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଦକ୍ଷିଣରେ ମଧ୍ୟମରୁ ପ୍ରାୟତଃ ଭାରୀ ବର୍ଷା (୬୫ ମିମି ପର୍ଯ୍ୟନ୍ତ) ହୋଇପାରେ। ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ ଅନ୍ୟ କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ। ତେବେ ୧୫ ତାରିଖଠାରୁ ବର୍ଷା କମିବା ସହିତ ୧୬ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁୁପାଳକ କହିଛନ୍ତି।

Leave A Reply

Your email address will not be published.