ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ଅଜଣା ଗାଡ଼ି ଧକ୍କା ରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ୍‌ ନିକଟରେ ଗତକାଲି ରାତିରେ ଦୁଇଜଣ ବାଇକ ରେ ଯାଉଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଟି ଏତେ ଜୋର ରେ ହୋଇଥିଲା କି ବାଇକ ର ଆଗ ଚକ ବାହାରି ଯିବା ସହ ଘଟଣା ସ୍ଥଳରେ ହିଁ ବାଇକ ରେ ଥିବା ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳି ପାରିନାହିଁ । ସେମାନେ ଯାଉଥିବା ବାଇକ ରେ ଛତିଶଗଡ଼ ନମ୍ୱର ଥିବା ଜଣାପଡିଛି ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ସେଗୁଡ଼ିକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।

Leave A Reply

Your email address will not be published.