ପୁଣି ରାଜଧାନୀ ରେ ଦୁଇଦୁଇଟି ଅଗ୍ନିକାଣ୍ଡ

0

ଓଡ଼ିଶା ଫାଷ୍ଟ (ଜିତେନ୍ଦ୍ର ମହାନ୍ତି) ଖାରବେଳନଗର ରେ ଥିବା ହୋଟେଲ ସମୁଖରେ ଥିବା ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ୨ୟ ମହଲାରେ ଥିବା ଏହି ବ୍ୟାଙ୍କଟି ଅଚାନକ ନିଆଁ ଜଳିବାରେ ଲାଗିଥିଲା । ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ। ନିଆଁକୁ ଆୟତ କରିବା ଲାଗି ଅଗ୍ନିଶ୍ରମ ବିଭାଗର ଚାରୀଟି ଟିମ ଓ ସଚିବଳୟର ଟିମ ମଧ୍ୟ ସାମିଲ ଥିଲା ।ନିଆଁକୁ ଆୟତ କରିବାକୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗିଥିଲା।  

ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସଟସର୍କିଟରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ରାତି ପ୍ରାୟ ୧.୧୫ ମିନିଟ ରେ ବ୍ୟାଙ୍କ ଭିତରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସିକ୍ୟୁରିଟି ଗାର୍ଡ ଓ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିକାଣ୍ଡରେ ବ୍ୟାଙ୍କରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଥିବା ଜଣାପଡିଛି ।  

Leave A Reply

Your email address will not be published.