ଦୁଇ ଛାତ୍ରୀଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସ ଓ ବିରିପଡ଼ା ଗାଁର ପ୍ରିୟଙ୍କା ଦାସ ଙ୍କ ଲକ୍ଷ୍ମୀପ୍ରିୟାଙ୍କ ଘରେ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ରେ ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟାଙ୍କ ଘରକୁ ପ୍ରିୟଙ୍କା ଯାଇଥିଲେ । ସେଠାରେ ସେ ରାତ୍ରି ଯାପନ କରିଥିଲେ । ମାତ୍ର ସକାଳୁ ସେମାନେ ନ ଉଠିବାରୁ ଘର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଲକ୍ଷ୍ମୀପ୍ରିୟାଙ୍କ ଘରଲୋକ ପାଖକୁ ଯାଇ ଦେଖିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଲେ । କେଉଁ କାରଣରୁ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା କୁ ପଠାଇ ଦିଆଯାଇଛି । ସେମନେ ବିଷ ପିଇ ଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ।

Leave A Reply

Your email address will not be published.