ବସ ଧକ୍କାରେ ଦୁଇ ଛାତ୍ର ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ବସ ଧକ୍କାରେ ଦୁଇ ସ୍କୁଲ ଛାତ୍ର ଗୁରୁତର ହେବାସହ ଜଣଙ୍କ ମା’ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଦୁର୍ଘଟଣା ରାଉରକେଲାର ବନ୍ଧମୁଣ୍ଡା ଛକରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଦୁଇଜଣ ଛାତ୍ର ନିଜ ମା’ଙ୍କ ସହ ସ୍କୁଲ ଯିବାକୁ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ ଘରୋଇ ବସ ଆସି ଦୁଇ ଛାତ୍ରଙ୍କ ସହ ଜଣଙ୍କ ମା’ ଙ୍କୁ ମଧ୍ୟ ଧକ୍କା ଦେଇଥିଲା । ବସ ଧକ୍କାରେ ଉଭୟ ଛାତ୍ର ଗୁରୁତର ହୋଇଥିଲେ । ସେମାନଙ୍କ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଆର୍ଯ୍ୟନ ନାମକ ଜଣେ ଛାତ୍ରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଆର୍ଯ୍ୟନଙ୍କ ମା’ ପୂଜା ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହିଘଟଣା ପରେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି ଓ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଯାହାଦ୍ୱାରା ବନ୍ଧମୁଣ୍ଡା ଓ ରାଉରକେଲାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି ।

Leave A Reply

Your email address will not be published.