ଗୁରୁଣ୍ଡିଆ ଜଳପ୍ରପାତରେ ଗାଧୋଉଥିଲେ ୮ ଜଣ ଯୁବକ, ୨ ନିଖୋଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଲୋସ ପଂଚାୟତ ନିକଟସ୍ଥ ବାଦଲଗିରି ଜଳପ୍ରପାତରେ ଆଜି ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଦ୍ୱୟ ହେଲେ ସ୍ୱରୂପ ମହାନ୍ତି (୨୨) ଓ ଅନିମେଶ ସିହ୍ନା (୨୨) ।ସୂଚନା ଅନୁସାରେ ରାଉରକେଲାର କୋଏଲ ନଗର ଅଂଚଳରୁ ଆଜି ପୂର୍ବାହ୍ନରେ ସ୍ୱରୂପ ଓ ଅନିମେଶଙ୍କ ସମେତ ୮ ଜଣ ଯୁବକ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବନୈକେଳାରୁ ସୋଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ସପଲତାରୁ ୩ କିଲୋମିଟର ଦୂରରେ ଥିବା ଜଳପ୍ରପାତ ଅଭିମୁଖେ ବାହାରିଥିଲେ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଏହି ଯୁବକମାନେ ୪ଟି ସ୍କୁଟିରେ ଯାଇଥିଲେ । ଆଜି ରବିବାର ଥିବାରୁ ଖୁବ ମଜାମସ୍ତି କରିବାକୁ ଭାବିଥିଲେ । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ନିଖୋଜ ସ୍ୱରୂପ ଓ ଅନିମେଶଙ୍କୁ ଜାତୀୟ ସ୍ତରର ବଡ଼ କଂପାନିରେ ନିଯୁକ୍ତି ପାଇଁ ପତ୍ର ଆସିଥିଲା । ଅନ୍ୟ ୬ ଜଣ ବନ୍ଧୁଙ୍କର ଚାକିରି ପାଇଁ କ୍ୟାମ୍ପସରେ ଚୟନ ହୋଇଥିଲା । ଏହି ଖୁସିରେ ସମସ୍ତେ ଆଜି ଜଳପ୍ରପାତକୁ ଯାଇଥିଲେ । ନିଖୋଜ ସଂପର୍କିତ ସୂଚନା ମିଳିବା ପରେ ଗୁରୁଣ୍ଡିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଯୁବକ ଦ୍ୱୟଙ୍କର କୌଣସି ପତ୍ତା ମିଳିପାରି ନାହିଁ ।

Leave A Reply

Your email address will not be published.