ୟୁକୋ ବ୍ୟାଙ୍କରୁ ୨୦ ଲକ୍ଷ ଲୁଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ବନ୍ଧୁକ ମୁନରେ ବ୍ୟାଙ୍କରୁ ପ୍ରାୟ ୨୦ ଲକ୍ଷ ଲୁଟିନେଲେ ୬ ଜଣ ଦୁର୍ବୃତ୍ତ।
ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ୬ ଜଣ ଯୁବକ ବ୍ୟାଙ୍କ ମଧ୍ୟକୁ ଗ୍ରାହକ ସାଜି ପଶିଥିଲେ। ଏହାପରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଲୁଟି ନେଲେ। ଏହାପରେ ଆଖି ପିଛୁଳାକେ ୨ଟି ବାଇକରେ ଚମ୍ପଟ୍ ମାରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲେ ବି ଲୁଟ୍‌ ସର୍ମ୍ପରେ କିଛି ସୁରାକ ପାଇପାରି ନାହିଁ। ଭୋଗରାଇରୁ ୫ କିମି, ଦୂରରେ ପଶ୍ଚିମବଙ୍ଗ ବର୍ଡର ଥିବାରୁ ଲୁଟେରାମାନେ ଖସି ସୀମା ଅତିକ୍ରମ କରିଦେଇଥିବା ଅନୁମାନ କରାଯାଉଛି। ଏହା ପଛରେ ଆନ୍ତରାଜ୍ୟ ରାକେଟ ଥିବା ଅନୁମାନ କରାଯାଉଛି।

Sikhsya
Barta

Leave A Reply

Your email address will not be published.