ଇତିହାସ ରଚିଛି ଉଜ୍ଜ୍ୱଳା ଯୋଜନା: ଧର୍ମେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ୬.୨୩ କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ପ୍ରଦାନ କରାଯାଇଛି । ଉକ୍ତ ଯୋଜନା ଏବେ ଇତିହାସ ରଚିବାକୁ ସକ୍ଷମ ହୋଇଛି ବୋଲି କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଭାରତୀୟ ଜିଲ୍ଲା ନୋଡାଲ ଅଫିସରଙ୍କୁ ନେଇ ଅନୁଷ୍ଠିତ ଉଜ୍ଜ୍ୱଳା ଉତ୍ସବରେ ଧର୍ମେନ୍ଦ୍ର ଉପରୋକ୍ତ ମତ ବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି, ଦେଶର ୮୦% ଉଜ୍ଜ୍ୱଳା ହିତାଧିକାରୀ ୪ ଥର ରିଫିଲିଂ କରିଛନ୍ତି । ଏହି ହାରକୁ ୧୦୦% ରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ଜାରି ରହିଛି । ୮ କୋଟି ହିତାଧିକାରୀ ଉଜ୍ଜ୍ୱଳାରେ ସାମିଲ କରାଯିବାକୁ ପ୍ରୟାସ ଜାରି ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ତ୍ରିପୁରା ଭଳି ଛୋଟ ରାଜ୍ୟରେ ୨୫ ହଜାର ଏଲପିଜି ସଂଯୋଗ ହୋଇଥିବା ବେଳେ ଅନନ୍ତନାଗ ଜିଲ୍ଲାରେ ଶତ ପ୍ରତିଶତ ଏଲପିଜି ପହଞ୍ଚି ପାଇଛି । ଉଜ୍ଜ୍ୱଳା ଦ୍ୱାରା ମହିଳାଙ୍କ ଜୀବନରେ ଉନ୍ନତି ତଥା ତାଙ୍କ ପରିବାରର ସ୍ବାସ୍ଥ୍ୟ ବିକାଶ ସାଧନ ହୋଇଛି । ମହିଳା ଏବେ ପରିବାରର ଯତ୍ନ ନେବା ସହ ବଳକା ସମୟକୁ ରୋଜଗାର ଦିଗରେ ଲଗାଇ ପାରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଧାନ ମତ ରଖିଛନ୍ତି ।

Leave A Reply

Your email address will not be published.