ନବୀନଙ୍କ ଉଦ୍ୟମକୁ ଜାତିସଂଘ(ମହିଳା)ର ପ୍ରଶଂସା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ଗୁଡିକରେ ୩୩ % ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଥିବାରୁ ଜାତିସଂଘ(ମହିଳା) ପକ୍ଷରୁ ତାଙ୍କୁ ପ୍ରଂଶସା କରାଯାଇଛି । ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦିଆଯାଇଛି । ଏଥିସହିତ ୟୁଏନ୍‌(ମହିଳା) ଡେପୁଟି କଣ୍ଟ୍ରି ରିପ୍ରେଜେଣ୍ଚିଭ୍‌ ନିସ୍ଥା ସତ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସାରା ବିଶ୍ୱର ୫୦ ପ୍ରତିଶତ କେବଳ ମହିଳା ଥିବାବେଳେ ସେମାନଙ୍କ ରାଜନୈତିକ ଅଧିକାର ସମାଜକୁ ଆହୁରି ପ୍ରଗତିଶୀଳ କରିବ । ତେଣୁ ମହିଳାଙ୍କୁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଂଶସନୀୟ । ଏ ସମ୍ପର୍କିତ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ୟମ କରିଛନ୍ତି  ସେଥିଲାଗି ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ।

Leave A Reply

Your email address will not be published.