୪୫ ବର୍ଷର ରେକର୍ଡ ଭାଙ୍ଗିଲା ବେକାରୀ ହାର, ମୋଦିଙ୍କୁ ଅତ୍ୟାଚାରୀ ଶାସକ କହିଲେ ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏନ୍‌ଡିଏ ଶାସନ କାଳରେ ଦେଶରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା କେନ୍ଦ୍ର ସରକାର ଚାରିଆଡେ ପ୍ରଚାର ଚଳାଇଥିବା ବେଳେ ଏହାର ପ୍ରକୃତ ଚିତ୍ର ପଦାକୁ ଆସିଛି । ୨୦୧୭-୧୮ ବର୍ଷରେ ଦେଶର ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ବେକାରୀ ହାର ଦେଶରେ ୬.୧% ରହିଥିବା ନ୍ୟାଶନାଲ ସାମ୍ପଲ ଅଫିସର (ଏନଏସଏସଓ) ପିରିଅଡିକ ଲେବର ଫୋର୍ସ ସର୍ଭେ ପକ୍ଷରୁ କୁହାଯାଇଛି । ୨୦୧୬ରେ ବିମୁଦ୍ରୀକରଣ ପରେ ବେକାରୀ ସମସ୍ୟା ବଢ଼ିଥିବା ଏହି ସର୍ଭେରୁ ଜଣାପଡ଼ିଛି । ୨୦୧୭ ଜୁଲାଇରୁ ୨୦୧୮ ଜୁ ମଧ୍ୟରେ କରାଯାଇଥିବା ସର୍ଭେରୁ ଏହି ରିପୋର୍ଟ ବାହାରିଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ରିପୋର୍ଟ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିବା ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଏନେଇ ନିଜ ଟୁଇଟର ପେଜ୍‌ରେ ଲେଖିଛନ୍ତି, ମୋଦି ଜଣେ ଅତ୍ୟାଚାରୀ ଶାସକ । ଶାସନ ଭାର ଗ୍ରହଣ କରିବା ବେଳେ ମୋଦି ୨କୋଟି ଯୁବତୀଯୁବକଙ୍କୁ ନିଯୁକ୍ତି ଦେବେ ବୋଲି ପ୍ର୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା ପୂରଣ ହୋଇପାରିନାହିଁ । ଏବେ ମୋଦିଙ୍କ ଯିବା ସମୟ ଆସିଯାଇଛି ବୋଲି ରାହୁଲ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.