ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଓ ତ୍ରୁଷ୍ଟି କରଣ ରାଜନୀତିକୁ ଶେଷ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଯାଦବପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ଅବସରରେ ରାଜ୍ୟରେ ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଓ ତ୍ରୁଷ୍ଟି କରଣ ରାଜନୀତିକୁ ଶେଷ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାକୁ ଆହ୍ୱାନ ଦେଇଥିଲେ ।
ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଯାଦବପୁର ଲୋକସଭାର କୋର କମିଟି ସଦସ୍ୟ, ଜିଲ୍ଲା ପଦାଧିକାରୀ, ପ୍ରଭାରୀ ଏବଂ ଯାଦବପୁର ମଣ୍ଡଳ ସଭାପତିଙ୍କ ସହ ସାକ୍ଷାତ କରିଛନ୍ତି । ସେ କହିଛନ୍ତି, ବୁଥ ସ୍ତରରେ ସଂଗଠନ କୁ ସୁଦୃଢକରିବା, ସେବା କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ ଏଜେଣ୍ଡାକୁ ଘରେ ଘରେ ପହଞ୍ଚାଇବାରେ କାର୍ଯ୍ୟକର୍ତାଙ୍କ ପ୍ରତିବଦ୍ଧତା ପ୍ରଶଂସନୀୟ । ଶ୍ରୀ ପ୍ରଧାନ କାର୍ଯ୍ୟକର୍ତାଙ୍କୁ ଅଧିକ ପରିଶ୍ରମ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସୁନାର ବଙ୍ଗଳା କଳ୍ପନାକୁ ସାକାର କରିବା ଏବଂ ବିକଶିତ ଭାରତର ଲକ୍ଷକୁ ହାସଲ କରିବାକୁ କାର୍ଯ୍ୟକର୍ତା ମାନଙ୍କ ନିଜ କର୍ତବ୍ୟକୁ ମନେ ରଖିବାକୁ ହେବ । ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୁରାଣ କରିବା ଦିଆଗରେ ଅଗ୍ରସର ହେଉଥିବା ବେଳେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ, ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଓ ତ୍ରୁଷ୍ଟି କରଣ ରାଜନୀତିର ଏଠି କୌଣସି ସ୍ଥାନ ନାହିଁ ।
ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯାଦପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଯୁବଶକ୍ତି ଓ ସୋସିଆଲ ମିଡ଼ିଆର ସ୍ୱେଚ୍ଛାସେବୀମାନଙ୍କୁ ସାକ୍ଷାତ କରିଥିଲେ । ଏଥିସହ ପଶ୍ଚିମବଙ୍ଗର ୨୪ ସାଉଥ ପରଗନା ଜିଲ୍ଲାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ଯୋଜନାର ସମୀକ୍ଷା କରିଥିଲେ । ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଏହି ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ପାଠପଢା, ଦକ୍ଷତା ବିକାଶ, ଶିକ୍ଷକଙ୍କ ଦକ୍ଷର ବୃଦ୍ଧି ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ନି ଆଲୋଚନା କରିଥିଲେ । ଏହାବ୍ୟତୀତ କୋଲକାତାର ସୋନାରପୁର ଦକ୍ଷିଣଠାରେ ଭାରତ ସରକାରଙ୍କ ବିଭିର୍ଣ୍ଣ ଲୋକକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ ।