ଅନଲକ ୩, ଅଗଷ୍ଟ ୫ରୁ ଖୋଲିବ ଯୋଗ ଶିକ୍ଷାନୁଷ୍ଠାନ, ଜିମ୍‌ନାସିୟମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନଲକ୍‌-୩ ଗାଇଡଲାଇନ ଆଜି କେନ୍ଦ୍ର ସରକାର ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁଯାୟୀ ରାତ୍ରକାଳୀନ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ଏଥର ରାତିରେ ସାଧାରଣ ଜନତା ଯାତାୟାତ କରିପାରିବେ । ମାତ୍ର କଣ୍ଟେନମେଣ୍ଟ ଜୋନଗୁଡ଼ିକ​‌ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବା ନେଇ ଗାଇଡଲାଇନରେ ସୂଚନା ରହିଛି ।

ସେହିପରି ଆସନ୍ତା ୫ ତାରିଖରୁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜିୟୋର (ଏସଓପି) ସହ ସମସ୍ତ ଯୋଗ ଶିକ୍ଷାନୁଷ୍ଠାନ ଏବଂ ଜିମ୍‌ନାସିୟମ ଗୁଡିକ ଖୋଲାଯିବ । ଅପରପକ୍ଷରେ ସମସ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ଅଗଷ୍ଟ୩୧ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି ।

Leave A Reply

Your email address will not be published.