ରାଜ୍ୟ ସରକାରଙ୍କ ଅନଲକ୍ ୪.୦: ହଟିଲା ରାତ୍ରକାଳୀନ କର୍ଫ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାର ଅନଲକ୍ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ହେଲେ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ଲାଗୁ ହେବନାହିଁ। ସେହିପରି ରାଜ୍ୟର କେତେକ ଜିଲ୍ଲା ଓ ସହରରେ ଶନିବାର ଓ ରବିବାର ସଟଡାଉନ ଆଉ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହାସହ ରାତ୍ରକାଳିନ କର୍ଫ୍ୟୁକୁ ମଧ୍ୟ ଉଠାଇ ଦିଆଯାଇଛି। ଅନ୍ୟପକ୍ଷରେ ୨୧ ସେପ୍ଟେମ୍ବରରୁ ରାଜ୍ୟରେ ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। ସିନେମା ହଲ, ବାର, ଅଡିଟୋରିୟମ, ସୁଇମିଂପୁଲ, ମନୋରଞ୍ଜନ କଂପ୍ଲେକ୍ସ, ଖୋଲିବାକୁ ଅନୁମତି ଦିଆଯାଇନାହିଁ। ଗୃହମନ୍ତ୍ରାଳୟ ଅନୁମୋଦିତ ବିମାନସେବା ବ୍ୟତୀତ ଅନ୍ୟ ବିମାନସେବା ପାଇଁ ଅନୁମତି ଦିଆଯାଇନାହିଁ। ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ। ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂଜାଛୁଟି ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

Leave A Reply

Your email address will not be published.