ପ୍ରକାଶ ପାଇଲା ୟୁପିଏସସି ୨୦୧୯ର ରେଜଲ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରକାଶ ପାଇଲା ୨୦୧୯ ୟୁପିଏସସି ପରୀକ୍ଷା ଫଳ। ଏଥିରେ ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଭାରତୀୟ ପ୍ରଶାସନିକ ସେବାରେ ୧୮୦ ଜଣ, ଭାରତୀୟ ବୈଦେଶିକ ସେବାରେ ୨୪ ଜଣ, ଭାରତୀୟ ପୋଲିସ ସେବାରେ ୧୫୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏ ନେଇ ବିଜ୍ଞପ୍ତି ଜାରି କରି ତାଲିକା ପ୍ରକାଶ କରିଛି ୟୁପିଏସସି । ସେହିପରି ଗ୍ରୁପ ଏ-ରେ ୪୩୮ ଜଣ, ଗ୍ରୁପ ବି-ରେ ୧୩୫ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କୃତକାର୍ଯ୍ୟ ୮୨୯ ଜଣଙ୍କ ମଧ୍ୟରେ ୩୦୪ ଜଣ ସାଧାରଣ ବର୍ଗର ପ୍ରାର୍ଥୀ ଥିବାବେଳେ ଅର୍ଥନୈତିକ ଦୁର୍ବଳ ବର୍ଗର ୭୮ଜଣ, ଓବିସିରେ ୨୫୧, ଏସସି ୧୨୯, ଏସଟି ୬୭ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଓଡିଶା ପାଇଁ ଏକ ଭଲ ଖବର ରହିଛି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ଅଛନ୍ତି । ପ୍ରଦୀପ ସିଂ ପ୍ରଥମ ସ୍ଥାନରେ ରହି ଟପ୍ପର ହୋଇଛନ୍ତି । ତାଙ୍କ ପଛକୁ ପ୍ରତିଭା ବର୍ମା ତୃତୀୟ, ହିମାଂଶୁ ଜୈନ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଦଶମ ସ୍ଥାନରେ ଓଡ଼ିଶାର ସଂଜିତା ମହାପାତ୍ର ଅଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ ଅଛନ୍ତି । ୨୦୧୭ରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସଂଜିତା ।

Leave A Reply

Your email address will not be published.