କାହିଁକି ହୁଏ ୟୁରିନ ଇଁଫେକସନ ? ଏହାର ଲକ୍ଷଣ ଓ ନିରାକରଣ

0

ମଣିଷ ଜୀବନରେ କେହି ଏମିତି ନାହାନ୍ତି ଯାହାକୁ କେବେ ରୋଗ ହୋଇ ନାହିଁ ଓ ସେ ସ୍ଵସ୍ଥ ଅଛନ୍ତି । ଅଧିକାଂଶ ଲୋକଙ୍କୁ ପରିଶ୍ରା ଇଁଫେକସନ ହୋଇଥାଏ, ଏହି ଇଁଫେକସନ ବହୁତ କାରଣରୁ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ପରିଶ୍ରା ଇଁଫେକସନ ହବାର ମୁଖ୍ୟ କାରାନ ଗୁଡିକ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକେ ଜାଣିଥିବେ ।
ତେବେ ଇଁଫେକସନ କିଡନି, ୟୂରେଟରା, ଗାଲବ୍ଲଡ଼ର ବା ବ୍ଲଡ଼ରରେ ହୋଇଥାଏ । ତେବେ ସାମାନ୍ୟତଃ ପରିଶ୍ରା ଇଁଫେକସନ ହେଲେ ସେହି ବ୍ୟକ୍ତି ର ପରିଶ୍ରା ଜାଗା ଜଳା ପୋଡା ହୋଇଥାଏ, ପରିଶ୍ରାରେ ରକ୍ତ ମଧ୍ୟ ପଡିଥାଏ ଓ ଏହା ଛଡା ଜର ମଧ୍ୟ ଆସିଥାଏ, କିନ୍ତୁ ଯଦି ଭୟଙ୍କର ପରିଶ୍ରା ଇଁଫେକସନ ହୁଏ ତେବେ ଆପଣଙ୍କ ବିପି ଓ ଡାଇବେଟିଜ ଭଳି ସମସ୍ଯାକୁ ମଧ୍ୟ ଏହା ବଢାଇଥାଏ ଯାହା ଦ୍ଵାରା ଶରୀର ଅଧିକ ଆଶ୍ଵସ୍ତ ହୋଇଥାଏ । ତେବେ ୟୁରିନ ଇଁଫେକସନ କାହାକୁ କୁହାଯାଏ ଆପଣ ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଯେଉଁ ସମୟରେ ବ୍ୟାକ୍ଟେରିଆ ଆପଣଙ୍କ ବ୍ଲଡ଼ର ବା ପରିଶ୍ରା ଜାଗାରେ ଯାଇ ତା ଭିତରେ ରହିଥାନ୍ତି ସେତେବେଳେ ୟୁରିନ ଇଁଫେକସନ ହୋଇଥାଏ ।

ପ୍ରାୟତଃ ପରିଶ୍ରା ଇଁଫେକସନ ମହିଳାଙ୍କୁ ଅଧିକ ହୋଇଥାଏ ଓ ପୁରୁଷଙ୍କୁ କମ ହୋଇଥାଏ, । ଯେଉଁ ମହିଳାଙ୍କୁ ବର୍ଷରେ ଥରେ ପରିଶ୍ରା ଇଁଫେକସନ ହୋଇଥାଏ ତେବେ ଏହାର ଅର୍ଥ ସେହି ମହିଳାଙ୍କ ପେଟ ଗରମ ଦ୍ଵାରା ଏମିତି ହୋଇଥାଏ ଓ ତାଙ୍କୁ ପଇଡ ବା ମିଶିର ପାଣି ପିଇବା ଉଚିତ ଏହା ଦ୍ଵାରା ଆପାନଙ୍କ ପେଟ ଥଣ୍ଡା ହୋଇଥାଏ ଓ ଆପଣଙ୍କ ପରିଶ୍ରା ଇଁଫେକସନ ଆପେ ଆପେ ଦୂର ହୋଇଥାଏ ସେଥିପାଇଁ ଯଥେଷ୍ଟ ପାଣି ପିଅନ୍ତୁ ।
ଏହା ଛଡା ବହୁତ ମହିଳାଙ୍କୁ କ୍ରୋନିକ ୟୁରିନ ଇଁଫେକସନ ହୋଇଥାଏ ଏହି ଇଁଫେକସନରେ ଆପଣଙ୍କୁ ପ୍ରତି ମାସେ ଦୁଇ ମାସରେ ପରିଶ୍ରା ଇଁଫେକସନ  ହୋଇଥାଏ ଓ ଔଷଧ ଖାଇବା ପରେ ବା ଆଣ୍ଟିବାୟୋଟିକ ଖାଇବା ପରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଥାଏ । ତେବେ ପରିଶ୍ରା ଇଁଫେକସନ ହେଲେ ଆପଣଙ୍କୁ ଡକ୍ଟର ପାଖକୁ ଯାଇ ସଠିକ ଆଣ୍ଟି ବାୟୋଟିକ ଖାଇବା ଉଚିତ ଏହା ନହେଲେ ଆପଣଙ୍କ ପରିଶ୍ରା ଇଁଫେକସନ କେବେ କମିବନି ସେଥିପାଇଁ ସଠିକ ଆଣ୍ଟି ବାୟୋଟିକ ଖାଇବା ଉଚିତ ।

Leave A Reply

Your email address will not be published.