ଉତ୍କଳ ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର ପରିସରରେ ରଥରେ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବାଲି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଅପରାହ୍ନ ୧ ଟା ୩୦ ସମୟରେ ପହଣ୍ଡି କରାଯାଇଥିଲା। କରୋନା ଗାଇଡ ଲାଇନ୍ ସମ୍ପୂର୍ଣ ଭାବେ ଅନୁ ପାଳନ କରାଯାଇ ମନ୍ଦିର ପରିସରରେ ପହଣ୍ଡି ସମେତ ସମସ୍ତ ନୀତି କାନ୍ତି କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଭିତରକୁ ବାରଣ କରାଯାଇଛି। ରଥ ଯାତ୍ରା ବନ୍ଦ ଥିବାରୁ ମନ୍ଦିର ପ୍ରାଙ୍ଗଣରେ ଅସ୍ଥାୟୀ ଜନ୍ମ ବେଦୀ ତିଆରି କରି ବିଗ୍ରହ ମାନଙ୍କୁ ରଖା ଯାଇଛି। ପହଣ୍ଡି ସମୟରେ ମନ୍ଦିରର ସମ୍ପାଦକ ସନ୍ତୋଷ ତ୍ରିପାଠୀ, କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.