ରକ୍ଷକ ସାଜିଲା ଭକ୍ଷକ; ଜଣେ ନାବାଳିକାଙ୍କୁ ମଦ ପିଆଇ ୧୫ ଦିନ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ କଲା ଇନ୍ସପେକ୍ଟର

0

ପୁଣିଥରେ ଖାକିରେ ଦାଗ। ଜଣେ ନାବାଳିକାକୁ ମଦ ପିଆଇ ଥାନାରେ ବାରମ୍ବାର ୧୫ ଦିନ ପର୍ଯ୍ୟନ୍ତ ଜଣେ ଇନ୍ସପେକ୍ଟର ଦୁଷ୍କର୍ମ କରିଥିବାର ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରତାପଗଡର ମହେଶଗଞ୍ଜ ପୋଲିସ ଷ୍ଟେସନରୁ । ଏହି ମାମଲାରେ ଅଭିଯୁକ୍ତ ଇନ୍ସପେକ୍ଟର ମହେନ୍ଦ୍ର ସିଂଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।

ପୀଡିତାଙ୍କ ପିତାଙ୍କ ଅନୁରୋଧ କ୍ରମେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ଅଭିଯୁକ୍ତ ଇନ୍ସପେକ୍ଟର ମହେନ୍ଦ୍ର ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ମହେଶଗଞ୍ଜ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ନାବାଳିକାଙ୍କୁ ନିଜ ବନ୍ଧୁ ଚାକିରି ବାହାନାରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ | ଏହାପରେ ମହେଶଗଞ୍ଜ ପୋଲିସ ନାବାଳିକାକୁ ୯ ଜୁନରେ ଉଦ୍ଧାର କରିଥିଲା। ଏହା ପରେ ଅଭିଯୁକ୍ତ ଜଣକ ପୋଲିସ ଷ୍ଟେସନରେ ମଦ୍ୟପାନ କରାଇ ନାବାଳିକାଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ଖବର ପୀଡିତାଙ୍କ ପିତା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ବାରମ୍ବାର ଅଭିଯୋଗ କରିବା ସତ୍ୱେ କେହି ମାମଲା ରୁଜୁ ନ କରିବାରୁ ସେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

SOA post below
Leave a comment