ଦେଶରେ ଜାନୁଆରୀ ୧୬ରୁ ଟିକାକରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତା ୧୬ରୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣ ଅଭିଯାନ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସର୍ବପ୍ରଥମେ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏହି ଟିକା ଦିଆଯିବ । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକ କରି କରୋନା ଟିକାକରଣ ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଏହି ବୈଠକରେ କ୍ୟାବିନେଟ ସଚିବ, ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

bjd
Sikshaya
ruchi

Leave A Reply

Your email address will not be published.