ବାଜପେୟୀ ଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ୨୪ ଘଣ୍ଟା ହେଲା ବିଗିଡିବାରେ ଲାଗିଛି । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ବାଜପେୟୀ ଙ୍କ ସ୍ୱାସ୍ଥ୍ୟାବସ୍ଥା ରେ ଉନ୍ନତି ପରିଲକ୍ଷିତ ହେଉନାହିଁ । ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି।

ସୂଚନା ଅନୁଯାୟୀ, ଜୁନ ୧୧ ତାରିଖରୁ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ବାଜପେୟୀଙ୍କୁ ଦିଲ୍ଲୀସ୍ଥିତ ଏମସରେ ଭର୍ତ୍ତି କରାଯାଇଥିଲା । ବାଜପେୟୀଙ୍କ ସ୍ୱାସ୍ଥ୍ୟ ରେ ଅବନତି ଖବର ଶୁଣିବା ପରେ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମସ ଯାଇ ତାଙ୍କୁ ସାକ୍ଷାତ କରିଥିଲେ । ସେହିପରି ବିଜେପି ସାଂସଦ ମିନାକ୍ଷୀ ଲେଖି ଓ ଅନେକ ବିଜେପି ନେତା ଏମସ ଯାଇ ବାଜପେୟୀଙ୍କୁ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.