ରାଜ୍ୟର କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବନ୍ଦେଉତ୍କଳ ଜନନୀ ସମୂହ ଗାନ ପାଇଁ ସଞ୍ଜୟଙ୍କ ଆହ୍ୱାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା କବଳରେ କବଳିତ ସମଗ୍ର ବିଶ୍ୱ । ଏହି ମହାମାରୀରୁ ନିଜ ଦେଶବାସୀଙ୍କୁ ଉଦ୍ଧାର କରିବାକୁ ଯୋଦ୍ଧା ରୂପେ ନିଜର କର୍ତବ୍ୟ ତୁଲାଉଥିବା ସମସ୍ତଙ୍କୁ ଯେପରି ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ କର୍ମଚାରୀ, ଅଶା ଦିଦି, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଏବଂ ସେମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ରାଜ୍ୟ ଭିତରେ ଏବଂ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ବନ୍ଦେଉତ୍କଳ ଜନନୀ ଆସନ୍ତା ଶନିବାର ଅପରାହ୍ନ ୫ଟା ୩୦ମିନିଟରେ ସାମୁହିକ ଗାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସକାରାତ୍ମକ ଭାବେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ୩୦ଟି ଜିଲ୍ଲା ଓ ୨ଟି ସାଙ୍ଘଠନିକ ଜିଲ୍ଲା ସହିତ ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନରେ ସାମାଜିକ ଦୂରତା ରକ୍ଷାକରି ଏହି କାର୍ଯ୍ୟକ୍ରମ ପାଳନ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସ ବର୍ମା ଅନୁରୋଧ କରିଛନ୍ତି ।
ଅପରପକ୍ଷରେ ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱନକୁ ସମ୍ମାନ ଜଣାଇ ସମସ୍ତ ବିଜେଡିର ତୃଣମୂଳସ୍ତରର କର୍ମୀ, ନିର୍ବାଚିତ ପ୍ରତିନିଧି, ମାନ୍ୟବର ବିଧାୟକମନେ ନିଜ ନିଜ ଅଂଚଳରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ଅନ୍ୟମାନଙ୍କୁ ଏଥିରେ ସାମିଲ କରିବା ପାଇଁ ସଞ୍ଜୟ ଦାସ ବର୍ମା ନିବେଦନ କରିଛନ୍ତି।

Leave A Reply

Your email address will not be published.