ପାକିସ୍ତାନ ମୁହାଁ ହେଉଛି ବାତ୍ୟା ବାୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ଗୁଜରାଟ ଉପକୂଳରେ ଲାଣ୍ଡଫଲ କରିବନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହା ଏବେ ପାକିସ୍ତାନ ଆଡ଼କୁ ମୁହାଁଇଥିବା ସୂଚନା ମିଳିଛି । ‘ବାୟୁ’ ଗୁଜରାଟର ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ମୁହାଁଇଛି । ଏହା ଗୁଜରାଟରେ ଲ୍ୟାଣ୍ଡଫଲ୍ ନକଲେ ବି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ, ବାୟୁ ଏବେ ଗୁଜରାଟର ଦକ୍ଷିଣପଶ୍ଚିମ ସ୍ଥିତ ଭେରଭାଲରୁ ୧୩୦ କିଲୋମିଟର ଦୂର ଏବଂ ପୋରବନ୍ଦରରୁ ୧୮୦ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି । ଏହା ପାକିସ୍ତାନ ମୁହାଁ ହୋଇଥିଲେ ବି ପୋରବନ୍ଦର, ଦ୍ୱାରକା ଏବଂ ବେରାଓ୍ବଲ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ପବନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏହାର ପ୍ରଭାବରେ ପୋରବନ୍ଦରରେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିବାର ଆଶଙ୍କା ରହିଛି । ସୁରକ୍ଷା ଦୃଷ୍ଟିରୁ ଉପକୂଳ ଅଞ୍ଚଳର ୫ ଶହ ଗାଁରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୫୨ ଏନଡିଆର୍‌ଏଫ୍‌ ଟିମ୍‌ ଏବଂ ୯ ଏସ୍‌ଡିଆର୍‌ଏଫ୍‌ ଟିମ୍‌କୁ ସଜାଗ ରଖାଯାଇଛି । 

Leave A Reply

Your email address will not be published.