ଆନ୍ଦୋଳନକାରୀଙ୍କ ଉପରେ ଚଢ଼ିଗଲା ଗାଡି

0

ଓଡିଶା ଫାଷ୍ଟ(ବ୍ୟୁରୋ): ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଓଡ଼ିିଶା ଫାର୍ମାସିଷ୍ଟ ସଂଘ ଆନ୍ଦୋଳନ କରୁଛି । ଦିନରାତି ଧାରଣାରେ ବସିରହିଛି । ରବିବାର ରାତି ପ୍ରାୟ ସାଢେ ୧୨ଟା ବେଳେ କିଛି ଆନ୍ଦୋଳନକାରି ରାସ୍ତା ଉପରେ ବର୍ଷାରେ ଭିଜି ଶୋଇ ମଧ୍ୟ ପ୍ରତିବାଦ କରିଥିଲେ । ଏହି ସମୟରେ ଏକ ଡାଲା ଅଟୋ ହଠାତ ମାଡି ଆସିଥିଲା । ଫଳରେ ରାସ୍ତାରେ ଶୋଇଥିବା ଜଣେ ଆନ୍ଦୋଳନକାରୀଙ୍କ ଉପରେ ମାଡି ଯାଇଥିଲା । ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ଧାରଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମ·ରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ଏଥିସହିତ ସଂପୃକ୍ତ ଗାଡିକୁ ଅଟକ ରଖି ତଦନ୍ତ କରୁଛି ।

ପୋଲିସର ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସାଧାରଣତଃ ଧାରଣା ଓ ଆନ୍ଦୋଳନ ସମୟରେ ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ରାସ୍ତାକୁ ସିଲ କରାଯାଇଥାଏ । ବିଶେଷ କରି ରାତି ସମୟରେ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥାଏ । ତେବେ ଆନ୍ଦୋଳନ ·ଲିଥିବା ବେଳେ ପୋଲିସ ରାସ୍ତାକୁ ସିଲ କରିନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦାବି ବଦଳରେ ମିଳିଥାନ୍ତା ମୃତ୍ୟୁ ଆନ୍ଦୋଳନକାରି ମାନେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଛି।

Leave A Reply

Your email address will not be published.