ରାଜ୍ୟରେ ଆରମ୍ଭ ହେବ ଭର୍ଚୁଆଲ ଆଇସିୟୁ ସେବା, ଜିଲ୍ଲାପାଳ-ସିଡିଏମଓଙ୍କୁ ପତ୍ର ଲେଖିଲେ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାଭାଇରସ ବା କୋଭିଡ୍‌-୧୯ ମହାମାରୀର ମୁକାବିଲା ଲାଗି ରାଜ୍ୟ ସରକାର ଭର୍ଚୁଆଲ ଆଇସିୟକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ଖୁବ ଶୀଘ୍ର ଭର୍ଚୁଆଲ ଆଇସିୟୁ ସେବା ଆରମ୍ଭ ହେବ । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ପୌର କମିସନରମାନଙ୍କୁ ପତ୍ର ଲେଖିଛନ୍ତି । ଏହି ପ୍ରତରେ ସେ ଉଲ୍ଲେଖ କରିଛନ୍ତି ଯେ, ଗୁରୁତର କୋଭିଡ ରୋଗୀଙ୍କୁ ଜିଲ୍ଲାସ୍ତରୀୟ ହସ୍‌ପିଟାଲରେ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଉ । ଅତ୍ୟାବଶ୍ୟକ ନ ହେଲେ କୋଭିଡ ରୋଗୀଙ୍କୁ ଭୁବନେଶ୍ୱର କିମ୍ବା କଟକ ପଠା ନଯାଉ ।

ରାଜ୍ୟ ସରକାର କୋଭିଡ ଚିକିତ୍ସାକୁ ଆହୁରି ସହଜ କରିବାକୁ ଚିନ୍ତା କରିଛନ୍ତି । ସେଥି ଲାଗି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ସହଜରେ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତର କୋଭିଡ ରୋଗୀଙ୍କୁ ଜିଲ୍ଲାରେ ଥିବା ଆଇସିୟୁ ଅଥବା ଏଚଡିୟୁରେ ଚିକିତ୍ସା କରାଯାଇପାରିବ । ଏଥି ଲାଗି ତୃଣମୂଳ ସ୍ତରରେ ତାଲିମ ବ୍ୟବସ୍ଥାକୁ ମଜବୁତ କରିବାକୁ ପଡ଼ିବ । ତାଲିମ ବ୍ୟବସ୍ଥା ଶକ୍ତ ହେଲେ, କୋଭିଡ ରୋଗୀଙ୍କୁ ନିଜ ଜିଲ୍ଲା ଛାଡ଼ି ବାହାରକୁ ଯିବାକୁ ପଡ଼ିବ ନାହିଁ ।ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ଦେଖାଗଲେ ମେଡିକାଲ ଟେକ୍ନିସିଆନଙ୍କ ସହିତ ରୋଗୀଙ୍କୁ ଭୁବନେଶ୍ୱର ଓ କଟକ ପଠାଯାଉ । ସେହିପରି ସୁସ୍ଥ ହୋଇଥିବା ରୋଗୀଙ୍କୁ ଆଇସିୟୁରୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଛନ୍ତିି ।

Leave A Reply

Your email address will not be published.