ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ବିଳମ୍ବିତ ରାତିରେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ବିଜୟ ମହାନ୍ତିଙ୍କ ବିୟୋଗରେ ସମଗ୍ର ଓଡ଼ିଆ ସିନେଜଗତ ମ୍ରିୟମାଣ ହୋଇପଡିଛି ।

ସୂଚନା ଅନୁଯାୟୀ, ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ବିଜୟ ମହାନ୍ତି ଗ୍ରାଜୁଏସନ ପାସ କରିବା ପରେ ନ୍ୟାସନାଲ ସ୍କୁଲ ଆଣ୍ଡ ଡ୍ରାମାରେ ଯୋଗ ଦେଇଥିଲେ । ସେଠାରେ ସେ ବଲିଉଡର ଖ୍ୟାତିନାମା କଳାକାର ନାସିରୁଦ୍ଦିନ ଶାହା, ରାଜ ବାବର ଓ ଓମ୍‌ପୁରୀ ସହ ଉର୍ତ୍ତିଣ୍ଣ ହୋଇଥିଲେ । ୧୯୭୫ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀରେ ରହିବା ପରେ ଓଡ଼ିଶା ଫେରିଥିଲେ । ୧୯୭୭ରେ ‘ଚିକିକା ତିରେ’ ସିନେମାରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ନାଗଫାସ, ଦଣ୍ଡାବାଳୁଙ୍ଗା, ଜଗାହାତରେ ପଘା, ପୁଅମୋର କଳା ଠାକୁର ଭଳି ଅନେକ ଓଡ଼ିଶା ସିନେମାରେ ଅଭିନୟ କରି ଓଡ଼ିଶାର ଘରେଘରେ ପରିଚିତ ହୋଇପାରିଛନ୍ତି । କେବଳ ସେ ଜଣେ ଅଭିନେତା ନୁହଁନ୍ତି, ବରଂ ଜଣେ ଭଲ ମଣିଷ ଭାବେ ଜଣାଶୁଣା । ଉଚ୍ଚୋକୋଟିର ଅଭିନୟ ପାଇଁ ତାଙ୍କୁ ୨୦୧୪ରେ ଜୟଦେବ ପୁରସ୍କାର ମିଳିଥିଲା । କେବେଳ ଏହି ଗୋଟିଏ ନୁହେଁ ସେ ତାଙ୍କ ଅଭିନୟ ସମୟରେ ଶହଶହ ପୁରସ୍କାର ପାଇଛନ୍ତି । ସେହିପରି ସେ କଂଗ୍ରେସ ଦଳ ପକ୍ଷରୁ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚନ ମଧ୍ୟ ଲଢିଛନ୍ତି ।

Leave A Reply

Your email address will not be published.