ଚାଲିଗଲେ ବର୍ଷିଆନ ଅଭିନେତା ମିଥିଲେଶ ଚତୁର୍ବେଦୀ

ଚାଲିଗଲେ ବର୍ଷିଆନ ଅଭିନେତା ମିଥିଲେଶ ଚତୁର୍ବେଦୀ । ଗତକାଲି ରାତିରେ ଲକ୍ଷ୍ନୌରେ ମିଥିଲେଶ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ହେବ ହୃଦଘାତରେ ପୀଡିତ ଥିଲେ, ପରେ ତାଙ୍କୁ ଚିକିତ୍ସା ପାଇଁ ନିଜ ସହରକୁ ଅଣାଯାଇଥିଲା । ହେଲେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତାଙ୍କ ଦେହାନ୍ତ ନେଇ ସୋସିଆଲ ମିଡିଆରେ ତାଙ୍କ ଜ୍ବାଇଁ ଆଶିଷ ଚତୁର୍ବେଦୀ ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।
ତାଙ୍କ କ୍ୟାରିଅରରେ ମିଥିଲେଶ ଚତୁର୍ବେଦୀ ଅନେକ ବଡ ବଡ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିଲେ । ତାଙ୍କୁ ସନ୍ନି ଦେଓଲଙ୍କ ‘ଗଦର: ଏକ ପ୍ରେମ କଥା’, ମନୋଜ ବାଜପେୟୀଙ୍କ ‘ସତ୍ୟା’, ଶାହରୁଖ ଖାନଙ୍କ ‘ଅଶୋକା’, ‘ତାଲ’, ‘ବଣ୍ଟି ଅର ବବଲି’, ‘କ୍ରିଶ’ ଏବଂ ‘ରେଡି’ ରେ ଦେଖିବାକୁ ମିଳିଥିଲା । କିନ୍ତୁ ଫିଲ୍ମ ‘କୋଇ ମିଲ ଗୟା’ରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ସେ ହ୍ରିତିକ ରୋଶନଙ୍କ କମ୍ପ୍ୟୁଟର ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ ।