ଆଜି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଗ୍ୟ ପରୀକ୍ଷା; ଆରମ୍ଭ ହୋଇଛି ମତଦାନ
ପ୍ରଥମେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୧୦ଟା ବେଳେ ସଂସଦରେ ଭୋଟ ଗ୍ରହଣ ହୋଇଥିବାବେଳେ ପ୍ରଥମ ଭୋଟ ଦେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହାପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ଅଶ୍ବିନୀ ବୈଷ୍ଣବ, ‘ବିଜେପି’ ଚିଫ୍ ହ୍ବିପ୍ ରାକେଶ ସିଂହ, ‘ଟିଆର୍ଏସ୍’ ସାଂସଦ ଏବଂ ‘ୱାଇଏସ୍ଆର୍ସିପି’ର ରଘୁରାମ କୃଷ୍ଣ ରାଜୁ ମଧ୍ୟ ନିଜ ନିଜର ମତଦାନ କରିଛନ୍ତି।
ଏହି ଭୋଟ୍ ଗ୍ରହଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଭୋଟ୍ ଗ୍ରହଣ ଶେଷ ହେବାକ୍ଷଣି ଗଣନା ଆରମ୍ଭ ହେବ ଏବଂ ବିଳମ୍ବତ ସନ୍ଧ୍ୟାରେ ରିଟର୍ଣ୍ଣିଙ୍ଗ୍ ଅଫିସର୍ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିବେ। ଆସନ୍ତା ଅଗଷ୍ଟ ୧୦ ତାରିଖ ଦିନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୧୧ ତାରିଖ ଦିନ ନୂତନ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।