ସମ୍ଭାବ୍ୟ ବାତ୍ୟା, କରୋନା ମୁକାବିଲା ପ୍ରସ୍ତୁତି ନେଇ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସମୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଏବଂ କରୋନା ମୁକାବିଲା ପ୍ରସ୍ତୁତି ନେଇ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଭିଡ଼ିଓ କନଫରେନସିଙ୍ଗ ଜରିଆରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜିଲ୍ଳାର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ସମସ୍ତ ତହସିଲଦାର ଓ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ବୈଠକରେ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପରିମଳ ବ୍ୟବସ୍ଥା , ଜଳ ଯୋଗାଣ ଓ ଖାଦ୍ୟ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇ ଏହାର ସୁବନ୍ଦୋବସ୍ତ କରିବା ପାଇଁ ଅଧିକାରୀ ମାନଙ୍କୁ କହିଥିଲେ। ଏଥିସହ କୋଭିଡ ୧୯ ପରିସ୍ଥିତି ରେ MGNRGA (ମନରେଗା) ରେ ଅଧିକ ଶ୍ରମଦିବସ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟି ରେ ରଖି ଧାନ ସଂଗ୍ରହ କୁ ବ୍ୟବସ୍ଥିତ କରିବା ଏବଂ ମଣ୍ଡି ରେ ପର୍ଯ୍ୟାପ୍ତ ପଲିଥିନ ରଖିବା ପାଇଁ ଦାସବର୍ମା କହିଛନ୍ତି। ସେହିଭଳି ଅମଳ ହେବାକୁ ଥିବା ଜମିର ସଠିକ ମୂଲ୍ୟାୟନ କରି ରିପୋର୍ଟ ପ୍ରସ୍ତୁତ ରଖିବାକୁ କୃଷି ଅଧିକାରୀ ମାନଙ୍କୁ ସେ କହିଥିଲେ । ସମବାୟ ଏବଂ ଯୋଗାଣ ବିଭାଗ ମିଳିତ ଭାବରେ ଏହି କାର୍ଯ୍ୟକୁ ସଂପାଦନ କରିବା ପାଇଁ ଦାସବର୍ମା ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ବଳବନ୍ତ ସିଂ ଏବଂ ଡି ଆର ଡ଼ି ଏ ପିଡି ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଚନ୍ଦ୍ରଶେଖର ରାଓ, ଜିଲ୍ଲା ଯୋଗାଣ ଅଧିକାରୀ ତୁଷାରକାନ୍ତି ଦେଓ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ କୈଳାଶ ଚନ୍ଦ୍ର ପରିଡା ପ୍ରମୂଖ ଉକ୍ତ ସମୀକ୍ଷା ବୈଠକ ରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.