ବିଦେଶ ଫେରନ୍ତା ପୁଅକୁ ଆଇସୋଲେସନରେ ରଖିଲେ ସଞ୍ଜୟ, ଭିଡ଼ିଓ ଜରିଆରେ ଦେଲେ ବାର୍ତ୍ତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟାକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏକ ଭିଡ଼ିଓ ଜାରି କରିଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ସଂକ୍ରମଣକୁ ନେଇ ଚିନ୍ତିତ ଥିବା ବେଳେ ଓଡ଼ିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଏହାକୁ ନେଇ ସଞ୍ଜୟ ଭିଡ଼ିଓ ମଧ୍ୟରେ ଏକ ବାର୍ତ୍ତା ଦେଇ କହିଛନ୍ତି, “ମୋ ପୁଅ ବି କାଲି ଲଣ୍ଡନରୁ ଆସିଛି । ମୁଁ ମଧ୍ୟ ତାକୁ ଅଲଗା ଭାବେ ଗୋଟିଏ ଘରେ ଆଇସୋଲେସନରେ ରଖିଛି । ତେଣୁ ନିବେଦନ କରୁଛି, ଆପଣମାନେ ମଧ୍ୟ ରାଜ୍ୟ ସରକାରଙ୍କ ଆଡଭାଇଜାରୀ ଅନୁଯାୟୀ କାମ କରନ୍ତୁ ଓ ଆପଣଙ୍କ ଘରକୁ କେହି ଯଦି ବିଦେଶରୁ ଆସିଛନ୍ତି ତାକୁ ଲୁଚାନ୍ତୁ ନାହିଁ । ସରକାରଙ୍କୁ ଟୋଲ ଫ୍ରି  ନମ୍ବର ୧୦୪ରେ ଜଣାନ୍ତୁ ଓ ପ୍ରଶାସନର ଆଡ଼ଭାଇଜାରିକୁ ପାଳନ କରନ୍ତୁ” ।

Leave A Reply

Your email address will not be published.