ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜଧାନୀ ଭୁବନେଶ୍ବରସ୍ଥିତ ଆର୍ ଆଣ୍ଡ ବି ଡିଭିଜନ୍ର ବରିଷ୍ଠ କିରାଣି ଅସିତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭିଜିଲାନ୍ସ ଡୁମ୍ଡୁମାରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ କୋଠା, ଜଟଣୀର ପ୍ରଧାନ ସାହିରେ ଥିବା ଏକ ଡୁପ୍ଲେକ୍ସ ଓ ଏକ ପ୍ଲଟ୍, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାର କଇଥାପାଲିରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ୍ ଏବଂ ଆର୍ବି ଡିଭିଜନ୍ରେ ଥିବା ଅଫିସ୍ ରୁମ୍ରେ ଏହି ଚଢ଼ାଉ କରିଥିବା ସୂଚନା ରହିଛି।
ଭୁବନେଶ୍ବର ଭିଜିଲାନ୍ସର ସ୍ପେସିଆଲ୍ ଜଜ୍ଙ୍କ ଦ୍ବାରା ଏକ ସର୍ଚ ୱାରେଣ୍ଟ୍ ଜାରି କରାଯାଇଥିଲା। ଏହି ଚଢ଼ାଉ ପରେ ଏବେ ସୁଦ୍ଧା ୧୦ ଲକ୍ଷ ୬୨ ହଜାର ୬୦୫ ଟଙ୍କା ମିଳି ସାରିଲାଣି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅସିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଗୋଲନ୍ଥରା ଥାନା ଅନ୍ତର୍ଗତ କଇଥାପାଲି ଗ୍ରାମର ମୃତ ଗୋକୁଳାନନ୍ଦ ନାୟକଙ୍କ ପୁଅ।
