ଭିଜିଲାନ୍ସ ଜାଲରେ ସେସୁର କନିଷ୍ଟ ଯନ୍ତ୍ରୀ

0

ଓଡିଶା ଫାଷ୍ଟ ( ବ୍ୟୁରୋ ): ଭିଜିଲାନ୍ସ ଜାଲରେ ସେସୁ କର୍ମଚାରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୋମବାର ସକାଳେ ଦିପ୍ତୀ ପ୍ରକାଶଙ୍କ ଜଗତସିଂହପୁରସ୍ଥିତ ମଙ୍ଗଳା କଲୋନୀରେ ଥିବା ବାସଭବନ, ବିସପିତ୍ତଳସ୍ଥିତ ପୈତୃକ ଘର ଓ ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମେତ 5ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ଶେଷ ହୋଇ ନ ଥିବା ବେଳେ ତାଙ୍କ ଘରୁ ତିନି ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଭିଜିଲାନ୍ସର ଦୁଇଟି ଟିମ୍‌ ଏହି ଚଢ଼ଉ କରୁଛନ୍ତି।

Leave A Reply

Your email address will not be published.