ବିଜେବି କଲେଜରେ ଦୁଇଗୋଷ୍ଠୀ ମୁହାଁମୁହିଁ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀର ପ୍ରମୁଖ କଲେଜରେ ଉତ୍ତେଜନା ଦେଖାଦେଇଛି । ଭୁବନେଶ୍ୱରର ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ମାରପିଟ ହେବାରୁ କଲେଜ କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । କିଛି ଅଣଛାତ୍ର ମାରଣାସ୍ତ୍ର ସହ କଲେଜ କ୍ୟାମ୍ପସକୁ ପଶିବାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ବଡ଼ଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଏହି ମାରପିଟ ରେ ୬ ଜଣଙ୍କ ମୁଣ୍ଡ ଫାଟିଥିବା ବେଳେ ଜଣଙ୍କର ପିଠିରେ ଗଭୀର ଆଘାତ ହୋଇଥିବା ଜଣାପଡିଛି । ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାରୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଏହି ନିର୍ବାଚନକୁ ବାତିଲ କରିବାକୁ ଏପରି କରିଥିବା ଚର୍ଚ୍ଚା କଲେଜରେ ଜୋର ଧରିବା ସହ ଏହାର ନିନ୍ଦା ମଧ୍ୟ କରାଯାଉଛି ।

Leave A Reply

Your email address will not be published.