ମଦ ପାଇଁ ମହାଭାରତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୋଟେଲରେ ମଦ ବିକ୍ରିକୁ ନେଇ ମହିଳାମାନେ ହୋଟେଲ ପଶି ଭଙ୍ଗାରୁଜା କରିବା ସହ ହୋଟେଲ ଭିତରେ ନିଆଁ ଲଗାଇଦେଇଛନ୍ତି । ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ଥାନା କୋଚିଆକୋଇଲି ଅଞ୍ଚଳରେ । ସ୍ଥାନୀୟ ଏକ ହୋଟେଲରେ ଦୀର୍ଘ ଦିନ ଧରି ବେଆଇନ ଭାବେ ମଦ କାରବାର ହେଉଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମିବା ସହ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଥିଲା । ଉକ୍ତ ହୋଟେଲରେ ମଦ ବିକ୍ରି ବନ୍ଦ କରିବା ପାଇଁ ସ୍ଥାନୀୟ ମହିଳାମାନେ ଦାବି କରିବା ସହ ଏ ନେଇ ପୋଲିସ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ସ୍ଥାନୀୟ ଅଞ୍ଚଳର କେତେକ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ହୋଟେଲ ମାଲିକଙ୍କୁ ମଦ ନ ବିକ୍ରି ପାଇଁ ଅନୁରୋଧ କରିଥିଲେ । କିନ୍ତୁ ହୋଟେଲ ମାଲିକ ମନଇଚ୍ଛା ମଦ କାରବାର ଚଳାଇଥିଲେ । ଫଳରେ ବୁଧବାର ସ୍ଥାନୀୟ ମା’ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀ ଓ ପଲସା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ହୋଟେଲରେ ପଶି ଭଙ୍ଗାରୁଜା କରିଥିଲେ। ଏବଂ ଫ୍ରିଜରେ ରଖାଯାଇଥିବା ବୋତଲ ଭାଙ୍ଗି ଦେବା ସହ ହୋଟେଲ ଭିତରେ ନିଆଁ ଲଗାଇ ଦେଇଥିଲେ ।

ଏପରିକି ମହିଳାମାନେ ଉକ୍ତ ହୋଟେଲର କର୍ମଚାରୀଙ୍କୁ ପିଟିଥିବା ଜଣପଡ଼ିଛି । ଏହାକୁ ନେଇ ଘଟଣରାସ୍ଥଳରେ କିଛି ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବରପାଇ ପୋଲିସ ଓ ଅଗ୍ନିଶମ ସେବା ସଂସ୍ଥା କମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆଇନଶୃଙ୍ଖଳା ରକ୍ଷା କରିଥିଲେ ।

Leave A Reply

Your email address will not be published.