ବେଙ୍ଗାଲୁରୁ ହିଂସାକାଣ୍ଡ : ୩ ମୃତ ,୧୧୦ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ରାତିରେ ବେଙ୍ଗାଲୁରୁରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା। ପରିସ୍ଥିତି ଅଣାୟତ ହେବାରୁ ପୋଲିସକୁ ଗୁଳି ଚଲାଇବାକୁ ପଡିଥିଲା। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୬୦ରୁ ଅଧିକ ଆହତ ହୋଇଛନ୍ତି । କର୍ଣ୍ଣାଟକ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୁର୍ତ୍ତୀଙ୍କ ଭଣଜାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଏହି ହିଂସାକାଣ୍ଡ ଘଟିଥିବା କୁହାଯାଉଛି ।ଘଟଣାରେ ତାଙ୍କ ଭଣଜା ମହମ୍ମଦଙ୍କୁ ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ, ଗତକାଲି ଶ୍ରୀନିବାସ ଫେସବୁକରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏହାକୁ ମୁସଲମାନ ସମ୍ପ୍ରଦାୟ ବିରୋଧ କରିବା ସହ ଶହଶହ ସଂଖ୍ୟାରେ ଏକାଠି ହୋଇ ବିଧାୟଙ୍କ ଘର ଉପରକୁ ପଥରମାଡ କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ଦୁଇ ତିନିଟି ଗାଡିରେ ନିଆଁ ଲଗାଇ ଦେଇଥିଲେ । ଉତ୍ୟକ୍ତ ଜନତା ଡିଜେ ହଲି ପୋଲିସ ଷ୍ଟେସନରେ ପହଞ୍ଚି ହଙ୍ଗାମା ଆରମ୍ଭ କରିଦେଇଥିଲେ । ଶେଷରେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୋଲିସକୁ ଗୁଳିମାଡ କରିବାକୁ ପଡିଥିଲା । ଏଥିରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଅତିରିକ୍ତ କମିଶନରଙ୍କ ସହ ୬୦ ଜଣ ଆହତ ହୋଇଛନ୍ତି । ଘଟଣାରେ ଶାନ୍ତି ବଜୟ ରଖିବାକୁ ବିଧାୟକ ଶ୍ରୀନିବାସ ମୁର୍ତ୍ତି ନିବେଦନ କରିବା ସହ ଏଥିପାଇଁ କ୍ଷମପ୍ରାର୍ଥନା କରିଛନ୍ତି। ଘଟଣାରେ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୧୧୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.