ଭାରତ ବନ୍ଦ ରେ ଗୋଷ୍ଠି ସଂଘର୍ଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦରେ ଆଜି ସାଧାରଣ ଵର୍ଗ ପାଇଁ ଏକତା ସଂଗଠନ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇନାହିଁ।

କିନ୍ତୁ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଆଜି କେତେକ ଦଳ ଓ ସାମାଜିକ ସଂଗଠନ ଭାରତ ବନ୍ଦର ଡାକରା ଦେଇଥିବାବେଳେ ନୂଆପଡ଼ାରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଖରିଆର ଥାନା ଛକ ନିକଟରେ ସଂରକ୍ଷଣ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ କଥା ସେତିକିରେ ସରିନଥିଲା । ଉତକ୍ଷିପ୍ତ ଯୁବକମାନେ ପରସ୍ପର ଉପରକୁ ଟେକା ପଥର ମଧ୍ୟ ମାଡ଼ କରିଥିଲେ। ଫଳରେ କେତେକ ଯୁବକ ଆହତ ହୋଇଥିବା ଜଣାପଡିଛ।

କଳାହାଣ୍ଡି , ବଲାଙ୍ଗିର , ଜୟପୁର ଆଦି ବିଭିନ୍ନ ସହରରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ପିକେଟିଂ କରାଯିବା ସହ ସହରର ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ କରାଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।

ଏପ୍ରିଲ୍ ୨ରେ ହୋଇଥିବା ଭାରତ ବନ୍ଦ ପ୍ରତିବାଦରେ କିଛି ସଂଗଠନ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ଏହି ବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରା ଦୃଷ୍ଟିରୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହିଂସାକାଣ୍ଡ ରୋକିବା ପାଇଁ ଆଗୁଆ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଆଜି ଭୁବନେଶ୍ୱରରେ ସି ଆର ପି ଛକ ଓ ଜୟଦେବ ବିହାର ଛକରେ ଆନ୍ଦୋଳନକାରୀ ଟାଏର ଜାଳି ପ୍ରତିବାଦ କରିଥିଲେ।
ବିପିୟୁଟିର ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି। ବିପିୟୁଟି ଅଧୀନରେ ଥିବା ୮୮ଟି ସେଣ୍ଟରରେ ପରୀକ୍ଷା ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.