ମନ୍ଦିର ପରିସରରେ ଅନୈତିକ ସମ୍ପର୍କ ରଖି ମେଘେଶ୍ୱର ମନ୍ଦିର ମୁଖ୍ୟ ପୂଜକ ଗିରଫ, ଭିଡ଼ିଓ ଭାଇରଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନ୍ଦିର ପରିସରରେ ମହିଳାଙ୍କ ସହ ସମ୍ପର୍କ ରଖିବା ସହ ଭିଡିଓ ନିଜେ ଭାଇରାଲ କରିବା ଘଟଣାରେ ଭୁବନେଶ୍ବର ମେଘେଶ୍ୱର ମନ୍ଦିର ମୁଖ୍ୟ ପୂଜକ ଗଂଗାଧର ମିଶ୍ର ଗିରଫ ।

ସୂଚନା ଅନୁଯାୟୀ, ଆଜି ବଡଗଡ ଥାନା ପୋଲିସ ଗଂଗାଧରଙ୍କୁ କୋର୍ଟଚାଲାଣ କରିଛି । କିଛି ଦିନ ତଳେ ମେଘେଶ୍ବର ମନ୍ଦିର ପ୍ରାଙ୍ଗଣରେ ଗଂଗାଧର ଜଣେ ମହିଳାଙ୍କ ସହ ଅସଂଜତ ଅବସ୍ଥାରେ ଥିବା ଭିଡିଓ କରିଥିଲେ । ପରବର୍ତ୍ତୀ ସମୟରେ ସେହି ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସମ୍ପୃକ୍ତ ମହିଳା ବଡଗଡ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ସମ୍ପୃକ୍ତ ମୋବାଇଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଗଂଗାଧର ଭାରତୀୟ ମାନବାଧିକାର ସତେତନତା ସଂଘ ଗଠନ କରିଥିଲେ । ଭୁବନେଶ୍ବର ସାଂସଦଙ୍କ ସହ, ଅନେକ ନେତାଙ୍କ ଏବଂ ଅନେକ ରାଜନୈତିକ ସଂଗଠନ ସହ ଅଭିଯୁକ୍ତ ଜଡିତ ରହିଥିଲେ ।

Leave A Reply

Your email address will not be published.