ନାବାଳିକା ଝିଅ ସହ ଆସି ଚୋରିକରି ଧରାପଡିଲେ ମା , ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ମହିଳା ଚୋରଙ୍କ ସଂଖ୍ୟା । କେତେବେଳେ ସୁନା ଚୋରି କରୁଛନ୍ତି ତ କେତେବେଳେ ଲୁଗା । ଆଉ କେତେବେଳେ ଷ୍ଟେସନାରୀ ଜିନିଷ ଚୋରି କରୁଥିବା ଭିଡ଼ିଓ ଅନେକ ଥର ଭାଇରଲ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି । ସେହିପରି ବାରିପଦାର ଏକ ଭାଇରଲ ଭିଡ଼ିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଉକ୍ତ ଭିଡ଼ିଓରେ ଜଣେ ମହିଳା କିଛି ଜିନିଷ ଚୋରି କରି କିପରି ଭାବରେ ତାହା ଲୁଚାଇ ରଖିଥିଲେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭାଇରଲ ଭିଡ଼ିଓର ସବୁଠାରୁ ବଡ କଥା ହେଉଛି କି ମହିଳା ଜଣକ ନିଜ ନାବାଳିକା ଝିଅ ସହ ଆସି ଏପରି ଚୋରି କରି ଧରାପଡିଛନ୍ତି । ମହିଳା ଜଣଙ୍କୁ ଧରିଥିବା ସେଲସ ଗାର୍ଲ କହୁଛନ୍ତି କି ଉକ୍ତ ମହିଳା ଜଣକ ପୂର୍ବରୁ ବାରିପଦା ବଜ଼ାରରୁ ଚୋରି କରିଥିଲେ ଯେତେବେଳେ ସେ ସେଲସ ଗାର୍ଲ ସେହି ମଲରେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.