ମେୟର ଙ୍କ ଫଟୋ ହେଲା ଭାଇରାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଇରାଲ ହେଲା ମେୟର ଅନନ୍ତ ନାରାୟଣ ଜେନା ଙ୍କ ଫଟୋ ତାହା ପୁଣି କଂଗ୍ରେସ ଚିହ୍ନ ଥିବା ଏକ ପତ୍ରରେ । ସେଥିରେ କଂଗ୍ରେସ ତରଫ ରୁ ମେୟର ଅନନ୍ତ ନାରାୟଣ ଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। ସ୍ୱଚ୍ଛତା ସର୍ବେକ୍ଷଣ ରେ ଭୁବନେଶ୍ୱର ୯୪ ସ୍ଥାନରୁ ୨୪୫ ସ୍ଥାନକୁ ଖସି ଆସିଥିବାରୁ ତାଙ୍କୁ ଜିଲ୍ଲା କଂଗ୍ରେସ ତରଫରୁ ‘ଶ୍ରେଷ୍ଠ ପରିମଳ ପୁରସ୍କାର’ ପ୍ରଦାନ କରାଯାଇଥିବା ଦର୍ଶାଯାଇଛି। କାହିଁକି ନା ଅସରାଏ ବର୍ଷା ହେଲେ ଭୁବନେଶ୍ୱର ର ଅନେକ ସ୍ଥାନରେ ନଦୀ ର ଭ୍ରମ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଥିବା ରୁ ଅନନ୍ତ ଙ୍କୁ ଜିଲ୍ଲା କଂଗ୍ରେସ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଏ ଭାଇରାଲ ଫଟୋ କୁ ନେଇ ମେୟର ଅନନ୍ତ ନାରାୟଣ ଜେନା ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ କିଏ ଏହା କରିଛି ଜଣା ପଡିନଥିବାବେଳେ ମେୟରଙ୍କୁ ଏହା ତାଛଲ୍ୟ କରି ଲେଖାଯାଇଥିବା ବୁଦ୍ଧିଜୀବୀ ମହଲ ଚର୍ଚ୍ଚା ହେଉଛି।

Sikshaya
Leave A Reply

Your email address will not be published.