ମୋଟାପଣ ଚିକିତ୍ସା ପାଇଁ ଆଶା ସଞ୍ଚାର କଲା ଭିଟାମିନ୍-ଏ: ଚର୍ବି ତରଲାଇବାରେ କରିଥାଏ ସାହାଯ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ହୋଇଥିବା ଏକ ଗବେଷଣାରେ ଖୁଲାସା ହୋଇଛି ଯେ ଥଣ୍ଡା ମୌସମର ତାପମାତ୍ରା ମାନବ ଶରୀରରେ ଭିଟାମିନ-ଏ ମାତ୍ରା ବୃଦ୍ଧି କରିଥାଏ। ଭିଟାମିନ୍-ଏ ମାତ୍ରା ବୃଦ୍ଧି ହେଲେ ଧଳା ରଙ୍ଗର ହାନିକାରକ ମେଦ ବାଦାମୀ ରଙ୍ଗର ମେଦ କୋଷରେ ପରିଣତ ହୋଇଥାଏ। ଏହାପରେ ମେଦ ତରଳିବା ଆରମ୍ଭ ହୋଇଥାଏ। ଗବେଷକଙ୍କ କହିବାନୁଯାୟୀ ଏହା ମୋଟାପଣ କମ କରିବାର କାରଣ ହୋଇଥାଏ।

ଶରୀରରେ ଚର୍ବି ତରଲାଇବାରେ ଭିଟାମିନ-ଏ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ମେଡ଼ୟୁନି ୱିୟାନା ଡିଭିଜନ୍ ଅଫ୍ ଏଣ୍ଡୋକ୍ରୋନୋଲୋଜି ଆଣ୍ଡ ମେଟାବୋଲିଜିମର ଗବେଷକ ପ୍ରମାଣିତ କରିଛନ୍ତି। ଗବେଷଣାର ଫଳାଫଳକୁ ମୋଲେକୁଲର୍ ମେଟାବୋଲିଜିମ୍ ପତ୍ରିକାରେ ପ୍ରକାଶ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ମାନବ ଓ ସ୍ତନପାୟୀ ଜୀବଙ୍କ ଶରୀରରେ ଦୁଇ ପ୍ରକାର ଚର୍ବି ବା ମେଦର ଭଣ୍ଡାର ଚିହ୍ନଟ କରାଯାଇପାରିବ। ଗୋଟିଏ ହେଲା ଧଳା ରଙ୍ଗର ହାନିକାରକ ମେଦ ଏବଂ ଅନ୍ୟଟି ହେଲା ବାଦାମୀ ରଙ୍ଗର ମେଦ କୋଷ।

ମୋଟାପଣ ବୃଦ୍ଧି ପାଉଥିବା ସମୟରେ ଅଧିକ କ୍ୟାଲୋରୀ ମୁଖ୍ୟତଃ ଧଳା ଚର୍ବିରେ ଜମା ହୋଇଥାଏ। ଏହାର ବିପରୀତ ବାଦାମୀ ରଙ୍ଗର ଚର୍ବି ଉର୍ଜା ତରଲାଇ ଗରମ ଉତ୍ପନ୍ନ କରିଥାଏ। ଗବେଷକଙ୍କ କହିବାନୁଯାୟୀ, ଚର୍ବିରେ ଏହି ପରିବର୍ତ୍ତନ ପ୍ରକ୍ରିୟା ଅତିରିକ୍ତ ଉର୍ଜା ସ୍ରୋତ ସହ ରହିଥାଏ। ମାନବ ଶରୀରରେ ୯୦ ପ୍ରତିଶତ ଧଳା ରଙ୍ଗ ଚର୍ବିର ଭଣ୍ଡାର ରହିଥାଏ। ଏହା ସାଧାରଣତଃ ପେଟ, ତଳ ଭାଗ ଓ ଉପର ଜଙ୍ଘ ଅଂଶରେ ଅଧିକ ଚର୍ବି ଥାଏ। ଧଳା ରଙ୍ଗର ହାନିକାରକ ମେଦ କୋଷ ବାଦାମୀ ରଙ୍ଗର ମେଦ କୋଷରେ ପରିବର୍ତ୍ତନ ହେବା ମୋଟାପଣ ସହ ଲଢ଼ିବାକୁ ନୂଆ ବିକଳ୍ପ ପ୍ରମାଣିତ ହୋଇପାରେ।

ଗବେଷକ କହିଛନ୍ତି ଯେ, ଗବେଷଣା ଫଳାଫଳରୁ ଜଣାପଡିଛି ଯେ ମୋଟାପଣ ଚିକିତ୍ସାରେ ଭିଟାମିନ୍-ଏ ର ମୁଖ୍ୟ ଭୂମିକା ରହିଛି ଏବଂ ଏହା ଉର୍ଜା ମେଟାବୋଲିଜିମ୍ କୁ ପ୍ରଭାବିତ କରିଥାଏ। ସେଥିପାଇଁ ମୋଟାପଣ ଚିକିତ୍ସା ବିକାଶରେ ଏହାକୁ ଆଶାଜନକ ଦୃଷ୍ଟିକୋଣ ବୋଲି କୁହାଯାଉଛି। କିନ୍ତୁ ଗବେଷକ ମୋଟାପଣରେ ପୀଡିତ ଲୋକଙ୍କୁ ଡାକ୍ତରଙ୍କ ପରାମର୍ଶ ବିନା ଭିଟାମିନ୍-ଏ ସପ୍ଲିମେଣ୍ଟ ଅଧିକ ବ୍ୟବହାର ନ କରିବାକୁ ସଚେତନ କରିଛନ୍ତି। ଏଥିପାଇଁ ଭିଟାମିନ୍ ସଠିକ୍ ମାତ୍ରାରେ ଠିକ୍ ସମୟରେ ସୁସ୍ଥ କୋଷ ଯାଏଁ ପହଞ୍ଚିବା ସବୁଠାରୁ ମହତ୍ଵପୂର୍ଣ୍ଣ।

Leave A Reply

Your email address will not be published.