କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ; ଏସସିବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୋମବାର ଭୋରୁ କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ। କଟକ ଗସ୍ତ କରି ଏସସିବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟକୁ ବୁଲି ଦେଖିବା ପରେ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ ୫ଟି ସଚିବ । ଶେଷରେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହେଉଥିବା ପିଣ୍ଡି ବୁଲି ଦେଖିଥିଲେ । ଏଣିକି ରାସ୍ତା ଉପରେ ଯେପରି କୌଣସି ବ୍ୟବସାୟୀ ପରିବା ବିକ୍ରି କରିପାରିବେ ନାହିଁ, ସେଥିପାଇଁ କଟକ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଛତ୍ରବଜାର ପୋଲର ମଧ୍ୟ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ।
୫ଟି ସଚିବଙ୍କ ଗସ୍ତ ପରେ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ଯେ, ସ୍ଥିର ହୋଇଥିବା ସମୟ ମଧ୍ୟରେ ଶେଷ ହେବ ସମସ୍ତ କାର୍ଯ୍ୟ । ୩୧ଡିସେମ୍ବର ୨୦୨୩ ସୁଦ୍ଧା ସରିବ ଏସସିବି ସମ୍ପ୍ରସାରଣ କାର୍ଯ୍ୟ । ଏଥି ସହିତ ଉନ୍ନୟନମୂଳକ କାର୍ଯ୍ୟର ମାନ ଭଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ଏହାସହ ପାର୍କିଂ ସ୍ଥାନ ଓ କେନାଲ ରୋଡ କାମକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।