ଗଞ୍ଜାମ,ଗଜପତି ଓ ରାୟଗଡାରେ କୋଭିଡ ସ୍ଥିତି ସମୀକ୍ଷାକଲେ ୫ଟି ସଚିବ ଭି. କେ ପାଣ୍ଡିଆନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ପଜିଟିଭ ସାମ୍ନାକୁ ଆସିବା ପରେ ଏହାର ସ୍ଥିତି ସମୀକ୍ଷା କରିବାକୁ ଯାଇ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ। ଗଞ୍ଜାମ ଜିଲ୍ଲାର ସେରଗଡ, ହିଞ୍ଜିଳି, କବି ସୂର୍ଯ୍ୟନଗର, ଆସ୍କା, ପୋଲସରା, ବ୍ରହ୍ମପୁର ଗସ୍ତ କରି ୫ଟି ସଚିବ ଭି. କେ ପାଣ୍ଡିଆନ ଏଂବ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ।
ସେଠାରେ ରହିଥିବା କ୍ୱାରେଣ୍ଟାଇନ ଗୃହ ଓ ହସ୍ପିଟାଲର ଅନୁଧ୍ୟାନ କରିଛନ୍ତି। ଏହା ସହ ଗଜପତି ଏବଂ ରାୟଗଡା ଜିଲ୍ଲା ଗସ୍ତକରି ଦୁଇ ଅଧିକାରୀ କୋଭିଡ ସ୍ଥିତି ସମୀକ୍ଷା କରିବା ସହ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ବୁଲି ଦେଖିଛନ୍ତି ।

Leave A Reply

Your email address will not be published.