କ୍ୟାନ୍ସର ଛଡ଼ାଇପାରେ ଋଷ ରାଷ୍ଟ୍ରପତିଙ୍କ ଠାରୁ ପଦ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭ୍ଲାଦିମିର ପୁଟିନଙ୍କ ଜଣେ ପ୍ରମୁଖ ସମାଲୋଚକ ଦାବି କରିଛନ୍ତି ଯେ ଋଷ ରାଷ୍ଟ୍ରପତି କର୍କଟ ରୋଗ ସହ ଲଢେଇ କରୁଛନ୍ତି । ହେଲେ ପୁଟିନ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା କଥାକୁ ଋଷ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଡେଲି ମେଲ ରିପୋର୍ଟରେ କୁହାଯାଇଛି ଯେ ପୁଟିନଙ୍କ ପେଟର ଅସ୍ତ୍ରୋପଚାର କରାଯାଇଥିଲା । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଋଷର ରାଜନେତା ଭାଲେରୀ ସୋଲୋଭେ ମଧ୍ୟ ପୁଟିନ ପାର୍କିନ୍ସନ୍ ରୋଗରେ ପୀଡିତ ବୋଲି ଦାବି କରିଛନ୍ତି। ଭାଲେରୀ ସୋଲୋଭାଇ ଆଶଙ୍କା କରିଛନ୍ତି ଯେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ପୁଟିନ ଜାନୁଆରୀରେ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି। ସୋଲୋୱାଇ କହିଛନ୍ତି ଯେ ପୁଟିନ ତାଙ୍କ ଝିଅ କ୍ୟାଟ୍ରିନା ଟିକୋନୋଭାଙ୍କୁ ତାଙ୍କର ଉତ୍ତରାଧିକାରୀ କରିବାକୁ ଚାହୁଁଛନ୍ତି ।

ଏହାପୂର୍ବରୁ ଗୁରୁବାର ପୁଟିନ ଟିଭିରେ ଦେଖାଯାଉଥିବା ବେଳେ କାଶ ହେଉଥିବା ଦେଖିବାକୁ ମିଳିଥିଲା। ପରେ ଏହି ଭିଡିଓଟି ଏଡିଟ୍ କରାଯାଇଥିଲା। ବ୍ରିଟିଶ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ନେଇ ସେତେବେଳେ ଗୁଜବ ବଢିବାରେ ଲାଗିଲା ଯେତେବେଳେ , ରାଷ୍ଟ୍ରପତିଙ୍କୁ ଜୀବନବ୍ୟାପୀ ମୋକଦ୍ଦମାରୁ ରକ୍ଷା କରିବା ପାଇଁ ଋଷରେ ଏକ ନୂତନ ବିଲ୍ ଆଗତ କରାଗଲା । ନୂତନ ବିଲ୍ ଅନୁଯାୟୀ, ଏହି ପଦ ଛାଡିବା ପରେ ମଧ୍ୟ ଋଷର ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କି ପୋଲିସ ତାଙ୍କୁ କିଛି ପଚରାଉଚରା କରିପାରିବ ନାହିଁ।

Leave A Reply

Your email address will not be published.