ବାଲେଶ୍ୱରରେ ଭୋଟ ପାଇଁ ଟଙ୍କା ବଣ୍ଟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱରରେ ଭୋଟ ପାଇଁ ଟଙ୍କା ବଣ୍ଟା । ମୟୁରଭଞ୍ଜର ମହିଳା ବାଲେଶ୍ବରରେ ବାଣ୍ଟୁଥିଲେ ଟଙ୍କା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି 1 ନମ୍ବର ୱାର୍ଡରୁ । କୁହାଯାଉଛି ଆଦିବାସୀ ସାହିରେ ଚାଲିଥିଲା ଭୋଟ କିଣା । କିଛି ସମର୍ଥକଙ୍କ ସହ ମହିଳା ଜଣଙ୍କ ଟଙ୍କା ବାଣ୍ଟିବାକୁ ଆସିଥିବା କୁହାଯାଉଛି । ତେବେ ଏହାରିୁ ଭିତରେ ସେ କିଛି ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ବାଲେଶ୍ୱରରେ ବିଜୟୀ ପାଇଁ ବିଜେଡିର ଟଙ୍କା ଫର୍ମୁଲା ।

ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନାଦା । ଆଉ ମହିଳାଙ୍କ ସନ୍ଦେହ ଜନକ ଉତ୍ତର ଏହି କଥାକୁ ଆହୁରି ପ୍ରମାଣିତ କରୁଛି । ବୁଥ ପାଖରେ ନିର୍ବାଚନ ଦିନ ମହିଳାଙ୍କ କି କାମ ଥିଲା ? ସେ ସତରେ ତାଙ୍କ ଭଉଣୀଙ୍କ ଘରକୁ ଆସିଥିଲେ ନା ଟଙ୍କା ବାଣ୍ଟିବାକୁ ?

ଯଦି ଲୋକଙ୍କ ଅଭିଯୋଗ ସତ ତେବେ ଏହା ନିହାତି ସାଂଘାତିକ କଥା । ଯାହାକି ନିରପେକ୍ଷ ନିର୍ବାଚନ ଓ ଶାସକ ଦଳର ସ୍ୱଚ୍ଛ ନିର୍ବାଚନ ଦାବି ଉପରେ ପ୍ରଶ୍ନ ଉଠାଉଛି । ଘଟଣାକୁ ନେଇ ଦେଖାଦେଇଥିଲା ଉତ୍ତେଜନା । ପୋଲିସ ବି ପହଞ୍ଚି ମହିଳାଙ୍କୁ ସଦର ଥାନାରେ ଅଟକ ରଛି ପଚରାଉଚରା କରୁଛି ।

Leave A Reply

Your email address will not be published.