ଫିଟ ରହିବାକୁ ଚାଁହୁଛନ୍ତି କି ? ମାତ୍ର ସମୟ ଅଭାବରୁ ତାହା ହେଉନି ସମ୍ଭବ, ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ, ସବୁବେଳେ ରହିବେ ଫିଟ

ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ ସହିତ ବ୍ୟାୟାମ କରିବା ମଧ୍ୟ ଜରୁରୀ। ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ। ଏହାର କିଛି ପଦ୍ଧତି ରହିଛି। ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପାରିବେ। ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ। ଏହାଦ୍ୱାରା ଶରୀରର ବେକାର ଅଂଶ ନଷ୍ଟ ହୋଇଯାଇଥାଏ। କେବଳ ଯୋଗ ନୁହେଁ ବାୟାମ ଦିନ ଫିଟ୍ ରହିବା ପାଇଁ ବେଶ ସହାୟକ ହୋଇଥାଏ।
ଦିନକ ମଧ୍ୟରେ ଅତିକମରେ ଏକ ଘଣ୍ଟା ବାୟାମ ବା ଏକସରସାଇଜ୍ କରିବା ଉଚିତ୍ । ଅଳ୍ପ କିଛି ସମୟ ଯୋଗ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଯଦି ଆପଣ ଅଧିକ ହାଲିଆ ହୋଯାଇଥିବେ କିମ୍ବା ଡିପ୍ରେସନରେ ରହିଥିବେ ତା’ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ। ପ୍ରତିଦିନ କିଛି ସମୟ ଯୋଗ କଲେ ଫିଟ୍ ଓ ଶାନ୍ତ ଅନୁଭବ କରିବେ। ପ୍ରତିଦିନ ଓ୍ବାର୍କଆଉଟ କରିବା ସହ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଯାହା ଆପଣଙ୍କୁ ଏକ ସୁସ୍ଥ ଶରୀର ପ୍ରଦାନ କରିବ। ସୁସ୍ଥ ଶରୀର ପାଇଁ ଆପଣ ଯଥା ସମ୍ଭବ ମିଠା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।
ବିଶେଷ କରି ଫଳ ଏବଂ ପନିପରିବା ଖାଇବାକୁ ଅଧିକ ଚେଷ୍ଟା କରନ୍ତୁ । ଦୈନିକ ମିଲରେ ଆପଣ ବିଶେଷ କରି ବିନ୍ସ (green beans) ଓ ବ୍ରୋକୋଲି (broccoli) ଭଲି ପନିପରିବା ସାମିଲ କରିପାରିବେ। ବିନ୍ସ ଓ ବ୍ରୋକୋଲି ତରକାରୀ ଶରୀରକୁ ଭରପୁର ମାତ୍ରାରେ ପ୍ରୋଟିନ ଯୋଗାଇ ଥାଏ। ଯାହା ପାଚନ ତନ୍ତ୍ରକୁ ସଫା ରଖିବା ସହ ଚାଲୁ ରଖିଥାଏ। ଚିକେନ୍ ଓ ସିଫୁଡ ଖାଦ୍ୟ ମଧ୍ୟ ଆପଣ ନିଜ ଖାଦ୍ୟରେ ସାମିଲ କରିପାରିବେ। ସାମୁଦ୍ରିକ ଖାଦ୍ୟ ଯେପରିକି ଚିଙ୍ଗୁଡ଼ି । ଯାହା ଶରୀର ପାଇଁ ବେଶ ଲାଭକାରୀ । ଏହାକୁ ଖାଦ୍ୟ ଭାବରେ ଖାଇବା ଦ୍ବାରା ମାଂସପେଶୀକୁ ଫିଟ୍ ରହିଥାଏ। ଦିନକୁ ତିନିଥର ହେବି ଫୁଡ ଖାଇବା ବଦଳରେ ଆପଣ ଏହାକୁ ଦିନରେ ଛୋଟ ମିଲ୍ ଆକାରରେ ଛଅ ଥର ଖାଇ ପାରିବେ। ଯାହା ସହଜରେ ହଜମ ହୋଇଥାଏ।
କେବେଳ ପ୍ରୋଟିନ ଭରା ଖାଦ୍ୟ ଶରୀରକୁ ସୁସ୍ଥ ରଖେ ନାହିଁ । ଦିନକୁ ଅତି କମରେ ୬ ରୁ ୮ ଘଣ୍ଟା ଶୋଇବା ବେଶ ଜରୁରୀ। ଯାହା ଶରୀରୁ ଓ ମନକୁ ପ୍ରପୁଲ୍ଲିତ କରିଥାଏ। ପୁରା ଦିନ ଆପଣଙ୍କୁ ସତେଜ ମଧ୍ୟ ଲାଗିଥାଏ ।ଏକ ଫିଟ୍ ଶରୀର ପାଇଁ ସବୁବେଳେ ଏକ ମାନଷିକ ସ୍ତରରେ ସୁସ୍ଥ ରହିବା ମଧ୍ୟ ଜରୁରୀ। ଓ୍ବାକ ଆଉଟ ପାଇଁ ସବୁବେଳେ ନିଜକୁ ପ୍ରେରିତ (Motivated) କରିବା ଉଚିତ୍। ଯଦି ତୁମେ ସବୁବେଳେ ନିଜକୁ ଏକ ପଜେଟିଭ୍ ମୁଡ୍ ରେ ରଖୁଛ । ତେବେ, ତାହା ଆପଣଙ୍କୁ ଆଗକୁ ବଢିବାରେ ବେଶ୍ ସହାୟତା କରିବ