ଆଇ ଆଇ ସି ଙ୍କ ନାଁରେ ୱାରେଣ୍ଟ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ଓଉପଦା ଥାନା ଇନ୍ସପେକ୍ଟର ତଥା ପୂର୍ବତନ ନୂଆପଲ୍ଲୀ ଥାନା ସିନିୟର ସବ-ଇନ୍ସପେକ୍ଟର ଗଣେଷ ପ୍ରଧାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ଶ୍ରୀ ପ୍ରଧାନଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କରିଛନ୍ତି ।

ସେ ଏକ ହତ୍ୟା ମାମଲାରେ ତଦନ୍ତକାରି ଅଧିକାରୀ ଥିବା ବେଳେ କୋର୍ଟରେ ହାଜର ହୋଇ ଶୁଣାଣୀରେ ସହଯୋଗ କରିନଥିଲେ । ବାରମ୍ବାର କୋର୍ଟ ନୋଟିସ ପରେ ବି ସେ ନଆସିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।
୨୦୧୨ ମସିହାରେ ନୂଆପଲ୍ଲୀ ଅଞ୍ଚଳରେ ଘଟିଥିବା ଏକ ଅପହରଣ ଓ ହତ୍ୟାକାଣ୍ଡରେ ତତକାଳୀନ ଏସଆଇ ଗଣେଶ ପ୍ରଧାନ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ । ଏହି ଘଟଣାରେ ମୃତ ବ୍ୟବସାୟୀଙ୍କ ପତ୍ନୀଙ୍କୁ ଗିରଫ କରିବା ପରେ ଲୋକ ଲଗାଇ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ସେ ସ୍ୱୀକାର କରିଥିଲେ । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଥିଲା ।

ଅଦାଲତରେ ଏହି ମାମଲା ବିଚାରାଧୀନ ଥିବାବେଳେ ୫ରୁ ଦୁଇ ଅଭିଯୁକ୍ତ ନିୟମିତ ଅଦାଲତରେ ହାଜିରା ଦେଉଛନ୍ତି। ମାମଲା ପରିଚାଳନା ପାଇଁ ସାକ୍ଷ୍ୟ ପ୍ରମାଣ ଦେବା ଲାଗି ତଦନ୍ତକାରୀ ଅଧିକାରୀଙ୍କୁ ଅଦାଲତ ପକ୍ଷରୁ ବାରମ୍ୱାର ସମନ ଜାରି କରାଯାଇଥିଲା। ହେଲେ ତଦନ୍ତକାରୀ ଅଧିକାରୀ ଶ୍ରୀ ପ୍ରଧାନ ହାଜର ନ ହେବାରୁ ଗତ ଦୁୁଇବର୍ଷ ହେବ ମାମଲାର ଶୁଣାଣୀ ହୋଇପାରୁନାହିଁ ।

ଏପରିକି ବାଲେଶ୍ୱର ଏସପିଙ୍କ ଜରିଆରେ ଗତମାସ ୬ ତାରିଖରେ ଶ୍ରୀ ପ୍ରଧାନଙ୍କୁ ସମନ ଜାରି ହୋଇଥିବା ସତ୍ୱେ ସେ ଅଦାଲତରେ ହାଜର ନ ହେବାରୁ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି ।

Leave A Reply

Your email address will not be published.