ମହିଳା ଥାନା ଅଧିକାରୀ ନାଁରେ ୱାରଣ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ତାଳବଣିଆ ଥାନା ଅଧିକାରିଣୀ ପୂର୍ବତନ ଭୁବନେଶ୍ୱର ମହିଳା ଥାନା ଏସଆଇ ଗାୟତ୍ରୀ ମିଶ୍ରଙ୍କୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ (ଦ୍ୱିତୀୟ) ଜାମିନଯୁକ୍ତ ଗିରଫ ପରୱାନା ଜାରି କରାଯାଇଛି । ଏହାସହିତ ଆସନ୍ତା ୨୬ ତାରିଖ ମଧ୍ୟରେ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଯୌତୁକ ନିର୍ଯାତନା ମାମଲାରେ ମହିଳା ଥାନାରେ ତତ୍କାଳୀନ ଏସଆଇ ଗାୟତ୍ରୀ ତଦନ୍ତକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଉକ୍ତ ମାମଲାର ବିଚାର ଅତିରିକ୍ତ ଦୌରାଜଜ (ଦ୍ୱିତୀୟ) କୋର୍ଟରେ ଚାଲୁଛି । ଏହି ମାମଲାର ବିଚାର ସମୟରେ ଗାୟତ୍ରୀ ଉପସ୍ଥିତ ହେଉ ନ ଥିବାରୁ ତାଙ୍କ ବିରୋଧରେ ଗୁରୁବାର ଏହି ୱାରଣ୍ଟ ଜାରି କରାଯାଇଛି ।

Sikshaya
Leave A Reply

Your email address will not be published.