ପଶ୍ଚିମବଙ୍ଗରେ ଟିଏମସି ସରକାର ! କିନ୍ତୁ ଦିଦିଙ୍କୁ ଲାଗିପାରେ ଝଟକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପ୍ରଥମେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ନୂଆ ଟ୍ରେଣ୍ଡ ଅନୁସାରେ ଟିଏମସି ବିଜେପିଠୁ ଢେର୍ ଅଧିକ ଆସନରେ ଆଗୁଆ ରହିଛି ।

ତେବେ ଭୋଟ ଗଣତି ଆରମ୍ଭରୁ ବିଜେପି ଓ ଟିଏମସି ମଧ୍ୟରେ କଡା ଫାଇଟ୍ ଦେଖିବାକୁ ମିଳିଥିଲା । ବ୍ୟବଧାନ ୧୦ ଭିତରେ ରହିଥିଲା । ଏବେ କିନ୍ତୁ ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଟିଏମସି ୧୯୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୯୮ଟି ଆସନରେ ଆଗୁଆ ରହିଛି ।

ହେଲେ ନନ୍ଦିଗ୍ରାମ ଟ୍ରେଣ୍ଡ୍ ଅଲଗା ରହିଛି । ଏଠାରେ ଦିଦି ବହୁ ପଛରେ ଅଛନ୍ତି । ଶୁଭେନ୍ଦୁ ଅଧିକାରୀ ପ୍ରାୟ ୩୦୦୦ରୁ ଅଧିକ ଭୋଟରେ ଆଗରେ ଅଛନ୍ତି ।

Leave A Reply

Your email address will not be published.