ବର୍ଷାଙ୍କୁ ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁନି: ଅନୁଭବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରକୁ ମାନବାଧିକାର କର୍ମୀ ଯିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ଟୁଇଟ‌ କରିଛନ୍ତି। ମାନବାଧିକାର କର୍ମୀମାନେ ତାଙ୍କ ସହ ପ୍ରତାରଣା କରିଛନ୍ତି କହିଲେ ଅନୁଭବ। ଏହା ସହିତ ଅନୁଭବ ଆହୁରୀ ମଧ୍ୟ କହିଛନ୍ତି ଯେ, ତଥାକଥିକ ମାନବାଧିକାର କର୍ମୀମାନେ ଏମିତି ପ୍ରତାରଣା କରିବେ ବୋଲି ଭାବିନଥିଲି। ମୋତେ ଏବଂ ମୋ ବାପା ମାଙ୍କୁ ଏମିତି ପ୍ରତାରଣା କରିବେ ବୋଲି ମଧ୍ୟ ଭାବିନଥିଲି।

ଏପରିକି ମୋ ବାପା ମା ଉଭୟ ଅସୁସ୍ଥ ଥିବା ବେଳେ ସେମାନେ ପ୍ରତାରଣା କଲେ। ମୁଁ ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲି ବୋଲି ମଧ୍ୟ ଅନୁଭବ କହିଛନ୍ତି। ମିଡିଆକୁ ମୁଁ କିଛି କହିବିନି କି ସେମାନେ କିଛି କହିବେନି ବୋଲି କହିଥିଲେ। କିନ୍ତୁ ସେମାନେ ତାହା ନମାନି କହିଲେ ଏବଂ ଯାହା କହିଲେ ସବୁ ମିଛି କଥା। ମୁଁ ଏବଂ ତାଙ୍କ ମା ଖୋଲାଖୋଲି କହିଥିଲୁ କି ଆମେ ବର୍ଷାଙ୍କୁ ଗ୍ରହଣ କରିବୁନି।

ମୋତେ ଓ ମୋ ବାପାମାଙ୍କୁ ମାରିଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁନି। ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁନି ବୋଲି କହିଥିଲୁ। ଗୀତାଶ୍ରୀ ଦାସ ବର୍ଷା ଓ ତାଙ୍କ ପରିବାର ସହ ପୂରା ଯୋଗାଯୋଗାରେ ଅଛନ୍ତି। କଥା ହୋଇଥିଲା ସଂପୃକ୍ତ କର୍ମୀ କି ମୁଁ କେହି ମିଡିଆ ଆଗରେ କିଛି କହିବୁନି। ସେମାନେ କିନ୍ତୁ ମୋ ପଛରେ ଛୁରି ମାରିଲେ। ମିଡିଆ ଆଗରେ ସବୁ ମିଛ କହିଲେ ବୋଲି କହିଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି।

Leave A Reply

Your email address will not be published.