ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର; ମା’ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ନୂଆଁଖାଇ ପାଇଁ ଆଜି ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ଘରେ ଘରେ ପିଠାପଣାର ମହକ। ମା’ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ମା’ଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତି ହୋଇଥିଲା । ମା’ଙ୍କ ପାଖରେ ନବାନ୍ନ ଲାଗି ପରେ ଘରେ ସମସ୍ତେ ମିଳିମିଶି ନୂଆ ଖାଇଛନ୍ତି । ଏଥିପାଇଁ ଘରେ ଘରେ ଉତ୍ସବର ମାହୋଲ ।
ସମସ୍ତଙ୍କ ଘରେ ତିଆରି ଚାଲିଛି ସ୍ୱାଦିଷ୍ଟ ବ୍ୟଞ୍ଜନ । ନବାନ୍ନ ଭକ୍ଷଣ ପରେ ନୂଆ ଲୁଗା ପିନ୍ଧି ପରିବାରର ବୟୋଜ୍ୟେଷ୍ଠଙ୍କୁ ସାନମାନେ ଜୁହାର କରି ଆର୍ଶୀବାଦ ନେଇ ପାଳନ କରୁଛନ୍ତି ନୂଆଁଖାଇ । ଅନ୍ଯପଟେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।