ଶବ ଯାତ୍ରା ସମୟରେ ରାମ ନାମ ସତ୍ୟ ହେ ବୋଲି ଉଚ୍ଚାରଣ କରିବାର ତାତ୍ପର୍ଯ୍ୟ କ’ଣ ?

0

ଆମ ଦୁନିଆର ସବୁଠାରୁ ନିରାଟ ସତ୍ୟ ହେଉଛି ମୃତ୍ୟୁ । ସେ ମନୁଷ୍ୟ ହଉ କି ଦେବତା ଏହି ସଂସାରରେ ଯିଏ ବି ଜନ୍ମ ହେଇଥାଏ ସିଏ ଦିନେ ନା ଦିନେ ଏହାକୁ ଛାଡି ଥାଏ । ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଯେତେବେଳେ ଯେଉଁ ବ୍ୟକ୍ତିର ମୂର୍ତ୍ୟୁ ହୋଇଥାଏ ତାକୁ ଶ୍ମାଶନ ଅଭିମୁଖେ ଯାତ୍ରା କରିବାକୁ ପଡିଥାଏ ।

ଏହି ନାମ ଜପର ଅନ୍ୟ ଏକ ଅର୍ଥ ବୁଝା ଯାଇଥାଏ କି ଯାହା ଦ୍ୱାରା ଯେପରି ଭଗବାନ ରାମ ମନୁଷ୍ୟ ଜନ୍ମ ଧରି ପରେ ଦେହ ତ୍ୟାଗ କରି ଏହି ସଂସରରୁ ଚାଲି ଯାଇଥିଲେ । ଠିକ ସେହିପରି ସମସ୍ତ ପ୍ରାଣୀ ମୁକ୍ତି ପାଇ ଯାଇଥାନ୍ତି । ଏହି ସବୁ ଥିଲା ରାମ ନାମ ସତ୍ୟ ହେ ର ଅର୍ଥ ଏବଂ ପ୍ରତ୍ୟେକ ମନୁଷ୍ୟର ମୂର୍ତ୍ୟୁ ସମୟରେ ଏହା କହିବା ଅନିର୍ବାଯ୍ୟ ଅଟେ । କାରଣ ମୂର୍ତ୍ୟୁ ପରି ରାମ ନାମ ବି ନିରାଟ ସତ୍ୟ ଅଟେ ।

ସେତେବେଳେ ଶବ ଯାତ୍ରା ସମୟରେ ଆଖ ପାଖରେ ସମସ୍ତ ଲୋକ ରାମ ନାମ ସତ୍ୟ ହେ ବୋଲି ଉଚ୍ଚାରଣ କରି ଥାନ୍ତି । ଆସନ୍ତୁ ଜାଣିବା ଶବ ଯାତ୍ରା ସମୟରେ ଏପରି କାହିଁକି କୁହାଯାଏ:

ଶାସ୍ତ୍ର ଅନୁସାରେ ଯେପରି ମୃତ୍ୟୁ ଏକ କଠୋର ସତ୍ୟ ଅଟେ । ଠିକ ସେହିପରି ରାମ ନାମ ଏବଂ ହରି ନାମ ସତ୍ୟ ଅଟେ । ଏହା କହିବାର ଅର୍ଥ ହେଉଛି ଜୀବନରେ ସବୁଠୁ ବଡ ସତ୍ୟ ରାମ ହି ଅଟନ୍ତି। ଏବଂ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ନିରାଟ ସତ୍ୟ ବୋଲି ସ୍ୱୀକାର କରିବାକୁ ପଡିଥାଏ । ଏହି ପ୍ରଥା ଆଜିକାଳୀର ନୁହେଁ । ଏହି ପ୍ରଥା ଯୁଗ ଯୁଗରୁ ଚାଲି ଆସିଛି । କିନ୍ତୁ ରାମ ନାମ ହି କାହିଁକି ସତ୍ୟ ହୋଇ ଥାଏ । ଏହାର କାରଣ ଭଗବାନ ରାମଚନ୍ଦ୍ରଙ୍କ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କୁହା ଯାଏ ।

ଯାହାର ନାମକୁ ଉଚ୍ଚାରଣ କରିବା ଦ୍ୱାରା ପ୍ରାଣୀକୁ ମୁକ୍ତି ପ୍ରାପ୍ତ ହୋଇ ଥାଏ । ଆମ ଶାସ୍ତ୍ର ଏବଂ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି ଯେ ଶବ ଯାତ୍ରା ସମୟରେ ରାମ ନାମ ସତ୍ୟ ହେ କହିବା ଦ୍ୱାର ପ୍ରାଣୀର ଆତ୍ମାକୁ ଶାନ୍ତି ମିଳିଥାଏ । ଏବଂ ପ୍ରାଣୀ ତାର ଜୀବନ ମରଣ ପ୍ରକ୍ରିୟାରୁ ମୁକ୍ତି ପାଇଯାଇ ଥାଏ । ଶେଷରେ ତାକୁ ବିଷ୍ଣୁ ଧାମରେ ଚିର ସ୍ଥାୟୀ ରୂପେ ସ୍ଥାନ ମିଳି ଯାଇ ଥାଏ ।

SOA post below
Leave a comment